ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗାଁରେ ସପ୍ତାହେ ମଧ୍ୟରେ ୧୪ ଛେଳିଙ୍କର ମୃତ୍ୟୁ ହୋଇ ସାରିଲାଣି । ହେଲେ ମୃତ୍ୟୁର କାରଣ ଜଣାପଡ଼ିପାରି ନାହିଁ।
ଗାଁର ହରି ବାରକୁଟିଆ ଏବଂ ବଳରାମ ସେଠୀଙ୍କର ଛେଳି ପ୍ରଥମେ ଅସୁସ୍ଥ ହୋଇପଡିଥିଲେ। କିଛି ଦିନ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଗାଁରେ ପ୍ରାଣୀ ଚିକିତ୍ସାଳୟ ରହିଥିଲେ ବି ଡାକ୍ତରଙ୍କ ଦେଖା ମିଳୁ ନ ଥିବାରୁ ଗ୍ରାମବାସୀ ଘରୋଇ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଖୁବ୍ କମ୍ ଦିନରେ ଏହି ରୋଗ ବ୍ୟାପି ବହୁ ଛେଳିଙ୍କର ମୃତ୍ୟୁ ହୋଇଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଗାଁର ଛେଳୀ ଚାଷୀ। କୋଟସମଲାଇ ଗାଁରେ ଏତେ ସଂଖ୍ୟାରେ ଛେଳିଙ୍କ ମୃତ୍ୟୁ ହୋଇଥିଲେବି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଗାଁକୁ କେହି ଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
ଏହି ରୋଗ ଭୁତାଣଜନିତ ଏବଂ ଠିକ୍ ସମୟରେ ଭ୍ୟାକସିନ୍ ଦିଆଯାଇନଥିବାରୁ ଏହି ରୋଗ ବ୍ୟାପିଥିବା କହିବା ସହ ଜିଲ୍ଲାରେ ଆବଶ୍ୟକ ମୁତାବକ ଭ୍ୟାକସିନ୍ ନଥିବା କହିଛନ୍ତି ବିଭାଗୀୟ ଅଧିକାରୀ।
from Odisha Reporter https://ift.tt/2sQygGi
No comments:
Post a Comment