ଶାହରୁଖ୍‌ ଓ ସଲ୍‌ମାନ୍‌ଙ୍କୁ ବି ପଛରେ ପକାଇଲେ ଉର୍ବଶୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 5, 2019

ଶାହରୁଖ୍‌ ଓ ସଲ୍‌ମାନ୍‌ଙ୍କୁ ବି ପଛରେ ପକାଇଲେ ଉର୍ବଶୀ !

ମୁମ୍ୱାଇ : ଆଉ ଖୁବ୍ କମ୍ ଦିନରେ ସରିଯିବ ବର୍ଷ ୨୦୧୯। ଆଉ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳିବେ। ତା’ସହିତ ଭୋଜିଭାତର ବି ଆସର ଜମିବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବଲିଉଡ୍ କଳାକାରମାନେ ମଧ୍ୟ ପର୍ଫମାନ୍ସ କରନ୍ତି। ଏଥର ବି ସେମିତି ଦେଖିବାକୁ ମିଳିବ। ତେବେ ଏହା ପୂର୍ବରୁ ଯେଉଁ ଖବରଟି ଆସିଛି ଯଦି ତାହା ସତ ହୋଇଥାଏ, ତା’ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଉପରେ ଅନେକ ବଲିଉଡ୍ କଳାକାର ଈର୍ଷା କରିପାରନ୍ତି। କାରଣ ନୂଆ ବର୍ଷ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ନାଚିବା ପାଇଁ ଉର୍ବଶୀ ୩ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ମାତ୍ର ଘଣ୍ଟାଏ ପାଇଁ ନାଚିବାକୁ ସେ ଏହି ମୋଟ ଅଙ୍କର ପାରିଶ୍ରମିକ ନେବେ। ସୂଚନା ଅନୁସାରେ, ଭାରତରେ କୌଣସି ବଲିଉଡ୍ ଷ୍ଟାର କୌଣସି କାର୍ଯ୍ୟକ୍ରମରେ ଘଣ୍ଟାଏ ନାଚିବାକୁ ଏଯାଏ ୩ କୋଟି ଟଙ୍କା ନେଇ ନାହାନ୍ତି। ଏମିତିକି ଏ କ୍ଷେତ୍ରରେ ସେ ଶାହାରୁଖ୍ ଖାନ୍ ଓ ସଲ୍‌ମାନ୍‌ ଖାନ୍‌ଙ୍କୁ ପଛରେ ପକାଇ ଦେଛନ୍ତି। କୁହାଯାଉଛି, ଉର୍ବଶୀ ଏହି ଟଙ୍କାରେ ମୁମ୍ବାଇରେ ନିଜ ପାଇଁ ଏକ ଘର କିଣିପାରିବେ।

 

ଏହା ବି ସୂଚନା ମିଳିଛି ଯେ ଉକ୍ତ ନୂଆବର୍ଷ କାର୍ଯ୍ୟକ୍ରମରେ ଉର୍ବଶୀ ତାଙ୍କର ଅନେକ ହିଟ୍‌ ସଙ୍ଗ୍‌ ଯେପରିକି ‘ଡ୍ୟାଡି ମମି’, ‘ହସୀନୋଁ କୀ ଦିବାନା’ ଓ ‘ପାଗଲପନ୍ତୀ’ରେ ଡ୍ୟାନ୍ସ କରିବେ। ଏହା ସହିତ ସେ ‘ବିଜ୍‌ଲୀ କୀ ତାର୍‌’ ଗୀତରେ ବି ସେ ନାଚିବେ।

ସୂଚନାଯୋଗ୍ୟ, ନିକଟରେ ଉର୍ବଶୀଙ୍କୁ ଫିଲ୍ମ ‘ପାଗଲପନ୍ତୀ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ଜନ୍‌ ଅବ୍ରାହମ୍‌, ଅନୀଲ କପୁର, ଅରଶଦ ୱାରିସ୍, କୃତି ଖରବନ୍ଦା, ପୁଲ୍‌କିତ୍ ସମ୍ରାଟ ଓ ଇଲିଆନା ଡି କ୍ରୁଜ୍ ପ୍ରମୁଖ କଳାକାର ଅଭିନୟ ରହିଥିଲେ। ତେବେ ଫିଲ୍ମଟି ବକ୍ସ ଅଫିସ୍‌ରେ ସେମିତି କିଛି ଖାସ୍ କରିପାରିଲା ନାହିଁ। ଉର୍ବଶୀ ଏବେ ତାମିଲ ଫିଲ୍ମ ‘ଥିରୁଟୁ ପାୟାଲେ’ର ରିମେକ୍‌ରେ କାମ କରୁଛନ୍ତି।

 



from Odisha Reporter https://ift.tt/38bPVbD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages