‘ମୁଖ୍ୟମନ୍ତ୍ରୀ ନ ପହଞ୍ଚିବା ଯାଏ ଅନ୍ତିମ ସଂସ୍କାର ହେବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

‘ମୁଖ୍ୟମନ୍ତ୍ରୀ ନ ପହଞ୍ଚିବା ଯାଏ ଅନ୍ତିମ ସଂସ୍କାର ହେବନି’

ଉନ୍ନାଓ: ଉତ୍ତର ପ୍ରଦେଶ ଉନ୍ନାଓରେ ପହଞ୍ଚିଛି ପୀଡ଼ିତାଙ୍କ ମୃତ ଶରୀର। ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରୁ ସଡ଼କପଥ ମାଧ୍ୟମରେ ଉନ୍ନାଓ ଆସିଥିଲା ପୀଡ଼ିତାଙ୍କ ମର ଶରୀର। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନଆସିବା ଯାଏ ପୀଡ଼ିତାଙ୍କର ଅନ୍ତିମ ସଂସ୍କାର ହେବ ନାହିଁ। ନିଜ ଭଉଣୀର ମୃତ ଶରୀରକୁ ଧରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି କହିଛନ୍ତି ପୀଡ଼ିତାଙ୍କ ସାନ ଭଉଣୀ। ଏଥିସହ ତାଙ୍କୁ ଏକ ସରକାରୀ ଚାକିରୀ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ସହିତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି।

ଗତକାଲି କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଦୁଇ ମନ୍ତ୍ରୀ କମଳ ରାଣୀ ବରୁଣ ଓ ସ୍ୱାମୀ ପ୍ରସାଦ ମୌର୍ଯ୍ୟା ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଅପରାଧୀ ଦଣ୍ଡ ପାଇବ। କେହି ଖସି ଯାଇ ପାରିବେ ନାହିଁ। ପୀଡ଼ିତାଙ୍କ ପରିବାର ଲୋକେ ଯେଉଁ ତଦନ୍ତ ପାଇଁ ଦାବି କରିବେ ରାଜ୍ୟ ସରକାର ସେଥିପାଇଁ ସହମତି ପ୍ରକାଶ କରିବେ ବୋଲି ମନ୍ତ୍ରୀ ମୌର୍ଯ୍ୟା କହିଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଦୁଷ୍କର୍ମର ଶିକାର ହୋଇଥିବା ଉନ୍ନାଓ ପୀଡ଼ିତା ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ଗୁରୁବାର କୋର୍ଟ ଯାଉଥିଲେ। ଏଥିପାଇଁ ରେଲଓ୍ୱେ ଷ୍ଟେସନ ଯାଇଥିଲେ। ଏହି ଦୁଷ୍କର୍ମ ଘଟଣାରେ ଜାମିନରେ ଆସିଥିବା ଅଭିଯୁକ୍ତ ଶୁଭମ ଜଣଙ୍କ ରେଲଓ୍ୱେ ଷ୍ଟେସନକୁ ୪ ସାଙ୍ଗଙ୍କ ସହ ଆସି ପୀଡିତାଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ପୀଡ଼ିତାଙ୍କୁ ଗୋଡ଼କୁ ଏକ ବାଡ଼ିରେ ଆଘାତ ଦେଇଥିଲା। ଏହାପରେ ଛୁରୀରେ ପୀଡ଼ିତାଙ୍କୁ ଆକ୍ରମଣ କରିଥିଲା। ଶେଷରେ ପୀଡ଼ିତାଙ୍କ ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ ଶୁଭମ ସମେତ ୪ ଦୁର୍ବୃତ୍ତ। ହସ୍ପିଟାଲରେ ପୁଲିସକୁ ଏହି କଥା କହିଥିଲେ ପୀଡ଼ିତା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁରୁବାର ସଂଧ୍ୟାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଶୁକ୍ରବାର ରାତି ୧୧ଟା ୪୦ରେ ପୀଡ଼ିତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେପୀଡିତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ହୋଇଯାଇଥିବାରୁ ମୃତ୍ୟ ଘଟିଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଛି



from Odisha Reporter https://ift.tt/2OYcqcv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages