କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁରେ ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅନୁସୟା ସିଂ।
ସୂଚନା ଅନୁସାରେ, ଆଜି ସକାଳେ ଅନୁସୟା ଘରେ ଭିତରେ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମହିଳାଙ୍କୁ ବଞ୍ଚାଇ ପାରି ନଥିଲେ। ନିଆଁ ଲାଗିବା ସମୟରେ ଘରେ କେହି ନଥିବା ଜଣାଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅନୁସୟାଙ୍କ ମାନସିକ ଅବସ୍ଥା ଭଲ ନ ଥିଲା ବୋଲି ତାଙ୍କ ସ୍ୱାମୀ କହିଛନ୍ତି। ନିଆଁ କିଭଳି ଲାଗିଲା ତାହା ଜଣା ପଡ଼ିନାହିଁ।
from Odisha Reporter https://ift.tt/2P7iQoo
No comments:
Post a Comment