ହାଡ଼ଭଙ୍ଗା ଶୀତରେ ଥରୁଛି ରାଜଧାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ହାଡ଼ଭଙ୍ଗା ଶୀତରେ ଥରୁଛି ରାଜଧାନୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସବୁଠୁ ଥଣ୍ଡା ସହର ପାଲଟିଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ଲୋଧୀ ରୋଡର ତାପମାତ୍ରା ୧.୭ ଡିଗ୍ରୀ ସେଲସିୟସ ରେକର୍ଡ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ସଫଦରଜଙ୍ଗ ଏବଂ ପାଲାମରେ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟମ ରେକର୍ଡ କରାଯାଇଛି। ୧୯୦୧ ପରେ ଦିଲ୍ଲୀ-ଏନସିଆରର ତାପମାତ୍ରା ସବୁଠୁ କମ୍ ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଶୁକ୍ରବାର ଦିଲ୍ଲୀ ସଫଦରଜଙ୍ଗରେ ତାପମାତ୍ରା ୨.୪ ଡିଗ୍ରୀ, ପାଲାମରେ ୩.୧ ଡିଗ୍ରୀ ସେଲସିୟସ ଏବଂ ଆୟାନ ନଗରର ତାପମାତ୍ରା ୧.୯ ଡିଗ୍ରୀ ରହିଥିଲା ବୋଲି ଆଇଏମଡି କହିଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ୩୦ ଡିସେମ୍ୱର, ୨୦୧୩ରେ ଦିଲ୍ଲୀ ସଫଦରଡଙ୍ଗର ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ ରହିଥିବାବେଳେ ଡିସେମ୍ୱର ୧୧, ୧୯୯୬ରେ ଏହିଠାରେ ତାପମାତ୍ରା ୨.୩ ଡିଗ୍ରୀ ସେଲସିୟସ ରହିଥିଲା।

ଚଳିତ ଡିସେମ୍ବରରେ ଗତ ୧୪ ଦିନ ଧରି ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି। ଆହୁରି ୩ ଦିନ ଏଭଳି ଥଣ୍ଡା ରହିବ ବୋଲି ଜଣାପଡ଼ିଛି। ତେବେ ବର୍ଷର ଶେଷ ରାତି ନହେଲେ ନୂଆବର୍ଷର ପ୍ରଥମ ଦିନରେ ପ୍ରବଳ ଥଣ୍ଡା ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୧୯୯୭ରେ ଡିସେମ୍ୱରରେ ଲଗାତର ୧୩ ଦିନ ଧରି ଜାଡ଼ ଅନୁଭୂତ ହୋଇଥିଲା।

ଅନ୍ୟପଟେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢ଼ିଛି ବୋଲି ଜଣାପଡ଼ିଛି। ଆଜି ବାୟୁମଣ୍ଡଳର ପ୍ରଦୂଷଣ ସ୍ତର ଗମ୍ଭୀର ହେବ ବୋଲି ଅନୁମାନ କରାଯାଉଛି। ଡିସେମ୍ୱର ୩୦ ଯାଏ ପ୍ରଦୂଷଣ ସ୍ତର ଗମ୍ଭୀର ରହିବ ବୋଲି ଜଣାପଡ଼ିଛି। ୩୧ ଡିସେମ୍ୱର ପବନ ବୋହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେଣୁ ପ୍ରଦୂଷଣର ସ୍ତର କମିପାରେ। ସିପିସିବି ବାୟୁର ଗୁଣବତ୍ତାକୁ ନେଇ ଏକ ବୁଲେଟିନ ଜାରି କରିଛି। ଯେଉଁଥିରେ ଦିଲ୍ଲୀର ଏକ୍ୟୁଆଇ ୩୭୩, ଫରିଦାବାଦର ୩୯୨, ଗାଜିଆବାଦର ୩୮୪, ଗ୍ରେଟର ନୋଏଡାର ୩୮୨ ଏବଂ ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୨୯୨ ରହିଛି।



from Odisha Reporter https://ift.tt/2tbgrSg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages