ଶୀତ ଲହରୀ ସାଙ୍ଗକୁ ହେଉଛି ତୁଷାରପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ଶୀତ ଲହରୀ ସାଙ୍ଗକୁ ହେଉଛି ତୁଷାରପାତ

କେନ୍ଦୁଝର/ବଣାଇ/ପଦ୍ମପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ତୁଷାରପାତ ହୋଇଛି। ଜିଲ୍ଲାର ସଦର ବ୍ଲକର ବାଉରିପଦା , ରାଇସୁଆଁ, ବଡ଼ବିଲ, ତଣ୍ଡିଯୋଡ଼ା, କାଞ୍ଜିପାଣି ଓ କିରିବୁରୁ ସମେତ ବିଭିନ୍ନ ସ୍ଥାନରେ ତୁଷାରପାତର ଛିଟା ଦେଖିବାକୁ ମିଳିଛି। କାଞ୍ଜିପାଣି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ତୁଷାରପାତ ହୋଇଥାଏ। ହେଲେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବାରୁ ଲୋକେ ଏହାର ମଜା ନେଉଛନ୍ତି।

ଶୁକ୍ରବାର ରାତିରେ କେନ୍ଦୁଝରର ତାପମାତ୍ରା ୫.୬ ଡିଗ୍ରୀ ଥିଲା। ଯାହା ଏଥର ରେକର୍ଡ ଭାଙ୍ଗିଛି। ଗତ ଦୁଇ ଦିନ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗତକାଲି ରାତିରେ ତାପମାତ୍ରା ହଠାତ ତଳକୁ ଖସି ଆସିଥିଲା ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଓ ଟେନ୍ସା ଅଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। ଯାହା ଫଳରେ କିଛି ସ୍ଥାନରେ ଆଂଶିକ ବରଫପାତ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ, ଡଭା, ହରିଡାଟାଲ, ଅନୁଗୁଳ, ସରଗୁଲ ଆଦି ଅଞ୍ଚଳରେ ବରଫପାତ ହୋଇଛି। ଆଜି ସକାଳେ ଲୋକେ ନିଜ ପାଳ ଗଦାରେ ବରଫ ଦେଖିବାକୁ ପାଇଥିଲେ।



from Odisha Reporter https://ift.tt/2ZBm9Jp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages