ଅନୁଗୋଳ( ବିରଜା ଦାସ): ଅନୁଗୋଳ ଜିଲ୍ଲା ତାଳଚେର ବାଇପାସ୍ ନିକଟରେ ଏକ ଟ୍ରକ୍କୁ ପଛ ପଟୁ ଏକ ଆଇଚର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଜଣ ଆଇଚର ଡ୍ରାଇଭର ଶତ୍ରୁଘ୍ନ ଯାଦବ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ ଆଇଚରରେ ଥିବା ଆଉ ୨ଜଣ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ, ଏକ କୁକୁଡ଼ା ବୋଝେଇ ଆଇଚର ପରଜଙ୍ଗ ଅଞ୍ଚଳରୁ ରାଉରକେଲା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ଆଜି ଭୋର ସମୟରେ ତାଳଚେର ବାଇପାସ୍ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଗାଡ଼ିଟି ପିଟି ଦେବାରୁ ଏହି ଦୁର୍ଘଟଣା ଘଟିଥିଲା ।
ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଆଇଚର ଚାଳକଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2F6cYXU
No comments:
Post a Comment