ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାତକୋଶିଆ ଅଭୟାରଣ୍ୟର ନରସିଂହପୁର ଅଞ୍ଚଳରୁ ଜଣେ ବଜ୍ରକାପ୍ତା ଚୋରା ଚାଲାଣକାରୀକୁ ପୁଲିସ୍ ଗିରଫ କରିଛି। ତା’ ନାଁ ସନ୍ତୋଷ ଘଡ଼େଇ। ସେ ପୂର୍ବରୁ ହାତୀଦାନ୍ତ ଚୋରାଚାଲାଣରେ ସମ୍ପୃକ୍ତ ଥିଲା।
ପୂର୍ବରୁ ଗିରଫ ହୋଇଥିବା ମାଧବକୁ ଜେରା ସମୟରେ ମିଳିଥିବା ତଥ୍ୟ ଅନୁଯାୟୀ ଗତକାଲି ସନ୍ତୋଷକୁ ଗିରଫ କରାଯାଇଛି। ତା’ ନିକଟରୁ ମିଳିଥିବା ତଥ୍ୟ ଆଧାରରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଠଗଡ଼ ଡିଏଫ୍ଓ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ସନ୍ତୋଷ ମୋବାଇଲରୁ ମିଳିଥିବା ତଥ୍ୟକୁ ତର୍ଜମା କରାଯାଉଛି। ଏଥିସହିତ ଚୋରା ଚାଲାଣକାରୀଙ୍କ ମୋବାଇଲରୁ ତଥ୍ୟ ବାହାର କରିବା ପାଇଁ ସାଇବର କ୍ରାଇମ୍ ସେଲ୍ର ସହାୟତା ନିଆଯାଇଛି। ସନ୍ତୋଷକୁ ଗିରଫ ପରେ ବର୍ତ୍ତମାନ ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କ ଗିରଫଦାରି ସଂଖ୍ୟା ୧୬ରେ ପହଞ୍ଚିଛି।
ବଜ୍ରକାପ୍ତା ଚାଲାଣରେ ଇଣ୍ଟରନେଟ୍ ଓ ହ୍ୱାଟ୍ସଆପର ବ୍ୟବହାର ନେଇ ଗତ କିଛିଦିନ ତଳେ ହଇଚଇ ସୃଷ୍ଟି ହୋଇଥିଲା। ଏହପରେ ବନ ବିଭାଗ ଗିରଫଦାରି ପ୍ରକ୍ରିୟାକୁ ଜୋର କରିଥିଲା।
from Odisha Reporter https://ift.tt/2QyTVLr
No comments:
Post a Comment