ମୁମ୍ବାଇ: ୧୦ ବର୍ଷ ପରେ ପୁଣି ଥରେ ସିଲ୍ଭର୍ ସ୍କ୍ରିନ୍କୁ ଫେରୁଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍। ଏ ସମ୍ପର୍କିତ ସୂଚନା ସେ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଦେଇଛନ୍ତି।
ସୁସ୍ମିତା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ କଳାରଙ୍କର ଏକ ପ୍ୟାଣ୍ଟ୍ ଓ ଟ୍ୟାଙ୍କ୍ ଟପ୍ ପିନ୍ଧି ବ୍ୟାକ୍ ଲୁକ୍ ଦେଇଛନ୍ତି। ଆଉ ଏହାର କ୍ୟାପ୍ସନ୍ରେ ସେ ଲେଖିଛନ୍ତି, “ମୁଁ ଭଲ ପାଇବା ମଧ୍ୟରେ ସବୁବେଳେ ଧୈର୍ଯ୍ୟ ଖୋଜେ। କେବଳ ଏହା ମୋତେ ମୋ ପ୍ରଶଂସକଙ୍କ ପ୍ରଶଂସକ କରିଛି। ପରଦା ଉପରେ ମୋତେ ଦେଖିବା ପାଇଁ ସେମାନେ ଦୀର୍ଘ ୧୦ ବର୍ଷ ହେଲା ଅପେକ୍ଷା କରିଛନ୍ତି। ଜୀବନର ପ୍ରତିଟି ସୋପାନରେ ସେମାନେ ମୋତେ ନିଃସର୍ତ୍ତ ସମର୍ଥନ କରିଆସିଛନ୍ତି। କେବଳ ଆପଣମାନଙ୍କ ପାଇଁ ଫେରୁଛି।”
ସୁସ୍ମିତାଙ୍କ ଏହି ପୋଷ୍ଟକୁ ଲକ୍ଷାଧିକ ଲାଇକ୍ ମିଳିଛି। ସେହିଭଳି ସେ ପୁଣି ଥରେ ବଡ଼ ପରଦାକୁ ଫେରିବାର ଆବଶ୍ୟକ ଥିଲା ବୋଲି ଅନେକ ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି।
ଶେଷଥର ପାଇଁ ସୁସ୍ମିତାଙ୍କୁ ୨୦୧୦ରେ ଅନୀଜ୍ ବାଜମୀଙ୍କ ଫିଲ୍ମ ‘ନୋ ପ୍ରୋବ୍ଲେମ’ରେ ଦେଖିବାକୁ ମିଳିଥିଲା। ତେଣୁ ୧୦ ବର୍ଷ ପରେ ସେ ପୁଣି ବଡ଼ ପରଦାକୁ ଫେରୁଥିବା ଖବର ପାଇ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି।
ସୂଚନାଯୋଗ୍ୟ, ‘ମେଁ ହୁଁ ନା’ , ‘ବିୱି ନଂ-୧’, ‘ମୈନେ ପ୍ୟାର୍ କ୍ୟୁଁ କିୟା’, ‘ବସ୍ ଇତ୍ନା ସା ଖ୍ୱାବ୍ ହୈ’ ଓ ‘ଫିଲ୍ହାଲ୍’ ଭଳି ଫିଲ୍ମରେ ସେ କାମ କରିଛନ୍ତି।
from Odisha Reporter https://ift.tt/2E8foEW
No comments:
Post a Comment