କ୍ଲାସ୍‌ ରୁମ୍‌ରେ ମୋବାଇଲ୍‌ରେ ବ୍ୟସ୍ତ ଶିକ୍ଷକ; ଖେଳକୁଦରେ ମାତିଛନ୍ତି ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 10, 2019

କ୍ଲାସ୍‌ ରୁମ୍‌ରେ ମୋବାଇଲ୍‌ରେ ବ୍ୟସ୍ତ ଶିକ୍ଷକ; ଖେଳକୁଦରେ ମାତିଛନ୍ତି ପିଲା

ସୋନପୁର (ରବୀନ୍ଦ୍ର ହୋତା): ଶ୍ରେଣୀରେ ଶିକ୍ଷକ ମୋବାଇଲ୍‌ରେ ବ୍ୟସ୍ତ ରହୁଥିବା ବେଳେ ପିଲାମାନେ ଖେଳକୁଦରେ ମାତୁଛନ୍ତି। କିଏ କ୍ଲାସ୍‌ରୁମ୍‌ରେ ତାସ୍‌ ଖେଳୁଛନ୍ତି ତ ଆଉ କିଏ ଡ୍ୟାନ୍ସ ଓ ବ୍ୟାୟାମ କରୁଛନ୍ତି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମିଳିଥିବା ଭିଡିଓରେ ଏକ ଶ୍ରେଣୀ ଗୃହରେ ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁ ମୋବାଇଲ୍‌ରେ କଥା ହେଉ ଥିବା ବେଳେ ଛାତ୍ରଛାତ୍ରୀ ପାଠ ପଢ଼ିବା ପରିବର୍ତ୍ତେ ଖେଳକୁଦରେ ମାତି ଥିବା ଦେଖିବାକୁ ମିଳିଛି। ଦିନ ୧୧ଟା ବେଳେ ସ୍କୁଲ୍‌ର ଏହି ଦୃଶ୍ୟକୁ ଉତ୍ତୋଳନ କରାଯାଇଥିଲା। ତେଣୁ ଜିଲ୍ଲାସ୍ତରରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଥିବା ଏହି ସ୍କୁଲ୍‌ରେ କେମିତି ପାଠପଢ଼ା ହେଉଛି, ତାହା ଅନୁମାନ କରି ହେଉଛି।

ସ୍କୁଲ ପରିସରରେ ମୋବାଇଲ୍‌ ବ୍ୟବହାର ନକରିବାକୁ କଡ଼ାକଡ଼ି ନିୟମ ରହିଥିବାବେଳେ ଏଠାରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି।

ଏନେଇ ଶିକ୍ଷକ ମୁରଲୀଧର ସାହୁ କହିଛନ୍ତି, “ସ୍କୁଲ୍‌ରେ ମୁଁ ନିୟମିତ ଭାବେ ପିଲାଙ୍କୁ ପାଠ ପଢ଼ାଏ। ସ୍କୁଲର ସମସ୍ତ କର୍ମଚାରୀ ମୋବାଇଲ୍ ଆଣୁଛନ୍ତି ବୋଲି ମୁଁ ଆଣୁଛି। ମୋର ଟଚ୍‌ ସ୍କ୍ରିନ୍ ମୋବାଇଲ୍ ବି ନାହିଁ।”

 

 



from Odisha Reporter https://ift.tt/2Pbaeym

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages