ଆଖି ବୁଜିଲେ ଆଉ ଜଣେ ପୀଡ଼ିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ଆଖି ବୁଜିଲେ ଆଉ ଜଣେ ପୀଡ଼ିତା

ଉନ୍ନାଓ: ଆଜି ଆଉ ଜଣେ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମର ପୀଡ଼ିତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଶରୀରର ଅଧିକାଂଶ ସ୍ଥାନ ପୋଡ଼ି ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା(୨୩) ନ୍ୟାୟ ପାଇବାରେ ନିରାଶ ହୋଇଥିଲେ। ଏହାପରେ ଡିସେମ୍ୱର ୧୬ରେ ସେ ଏସପି ଅଫିସଙ୍କ ସାମ୍ନାରେ ନିଜ ଶରୀରରେ ନିଆଁ ଲଗାଇଦେଇଥିଲେ। ଏହି ପୀଡ଼ିତାଙ୍କ ଘର ଉନ୍ନାଓ ଜିଲ୍ଲାର ହସନଗଞ୍ଜ। ପୁଲିସ ନିଆଁ ଲିଭାଇ ସ୍ଥାନୀୟ ହସ୍ପିଟାଲରେ ପୀଡ଼ିତାଙ୍କୁ ଭର୍ତ୍ତି କରିଥିଲା।

ଅଭିଯୁକ୍ତ ଅବଧେଶ ସିଂହ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପୀଡ଼ିତା ଅଭିଯୋଗ କରିଥିଲେ। ତେଣୁ ସେ ନ୍ୟାୟ ପାଉ ନାହାନ୍ତି ବୋଲି ପୀଡ଼ିତା ନିଜ ଶରୀରରେ ନିଆଁ ଲଗାଇବା ପୂର୍ବରୁ କହିଥିଲେ।

ଅଭିଯୁକ୍ତ ଜଣଙ୍କ ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ଏହି ସମୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣଙ୍କ ବିବାହ କରିବନି ବୋଲି କହିଥିଲେ।

ତେବେ ପୁଲିସ କହିଛି, ଅଭିଯୁକ୍ତ ଅବଧେଶ ସିଂହ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇଥିଲା। ହେଲେ କୋର୍ଟରୁ ଜାମିନ ପାଇବାରେ ଅଭିଯୁକ୍ତ ସକ୍ଷମ ହୋଇଛି।

ସୂଚନାଯୋଗ୍ୟ, ୧୬ ଡିସେମ୍ୱରରେ ପୀଡ଼ିତା ନିଜ ଶରୀରରେ ନିଆଁ ଲଗାଇଦେବା ପରେ ୮୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା। ଏହାପରେ ସେ ଲାଜପତ ରୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ପୀଡିତାଙ୍କ ପେଟ ଓ ଶ୍ୱାସନଳୀ ସଂକ୍ରମିତ ହୋଇଯାଇଥିଲା। ଏହାପରେ ଶନିବାର ସକାଳୁ ପୀଡ଼ିତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶେଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଡିସେମ୍ୱର ୬ରେ  ଉନ୍ନାଓର ଆଉ ଜଣେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା।୨୩ ବର୍ଷୀୟ ଏହି ଯୁବତୀ ଜଣଙ୍କୁ ଭେଣ୍ଟିଲେଟରରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବତୀ ଜଣଙ୍କର ଶରୀରରେ ପେଟ୍ରୋଲ ଢ଼ାଳି ୫ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହାପରେ ଯୁବତୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2EKMqv6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages