ସିଏଏ ହିଂସା: ପୁଲିସ ଗୁଳିରେ ଆଇଏଏସ ଆଶାୟୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 23, 2019

ସିଏଏ ହିଂସା: ପୁଲିସ ଗୁଳିରେ ଆଇଏଏସ ଆଶାୟୀ ମୃତ

ବିଜନୋର: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଉତ୍ତର ପ୍ରଦେଶରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିବା ପ୍ରଥମଥର ପାଇଁ ସ୍ୱୀକାର କରିଛି। ସିଏଏ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବା ବେଳେ ଏଯାଏ କେବଳ ଉତ୍ତର ପ୍ରଦେଶରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଦେହରେ ଗୁଳିମାଡ଼ର ଚିହ୍ନ ରହିଛି।

ହେଲେ ପୁଲିସ୍‌ ଆନ୍ଦୋଳନକାରୀଙ୍କ ଉପରକୁ କୌଣସି ଗୁଳି ଚଳାଇ ନଥିବା ପୂର୍ବରୁ କହି ଆସୁଥିଲା। ହେଲେ ଏବେ ପୁଲିସ୍‌ ସତକୁ ସ୍ୱୀକାର କରିଛି। ଉତ୍ତର ପ୍ରଦେଶର ବିଜନୋର ପୁଲିସ୍‌ କହିଛି ଯେ ସିଏଏ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଥିଲା। ବିଜନୋରରେ ଆନ୍ଦୋଳନକାରୀ ପୋଡ଼ାଜଳା କରିବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ୨ ଜଣଙ୍କ ମଧ୍ୟରୁ ଜଣଙ୍କର ପୁଲିସ ଗୁଳିରେ ମୃତ୍ୟୁ ହୋଇଛି।

ଶୁକ୍ରବାର ବିଜନୋରରେ ସବୁଠାରୁ ଅଧିକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାରେ ପୁଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି ସମୟରେ ସୁଲେମାନ ନାମକ ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରକୁ ପୁଲିସ ଗୁଳି ଚଳାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ବିଜନୋର ପୁଲିସ ମୁଖ୍ୟ କହିଛନ୍ତି।

ବିଜନୋର ପୁଲିସ ଏସପି ସଞ୍ଜୀବ ତ୍ୟାଗୀ କହିଛନ୍ତି, “ଆମର ଜଣେ କନଷ୍ଟେବଲ ଆନ୍ଦୋଳନକାରୀମାନେ ଛଡ଼ାଇ ନେଇଥିବା ବନ୍ଧୁକ ଆଣିବାକୁ ଯାଉଥିଲେ। ହେଲେ ଆନ୍ଦୋଳନକାରୀମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସେ ଅଳ୍ପକେ ଗୁଳି ମାଡ଼ରୁ ବର୍ତ୍ତି ଯାଇଥିଲେ। ତେବେ ଗୁଳିମାଡ଼ରୁ ନିଜକୁ ରକ୍ଷା କରିବା ପାଇଁ  ସେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ।

ଏହି ସମୟରେ ସୁଲେମାନଙ୍କ ଦେହରେ ଗୁଳି ବାଜିଥିଲା। ଘଟଣାସ୍ଥଳରୁ ସୁଲେମାନଙ୍କ ଜଣେ ସାଙ୍ଗ ତାଙ୍କୁ ନେଇ ଯାଇଥିଲେ। ସେହିପରି ଆନ୍ଦୋଳନକାରୀଙ୍କ ଗୁଳି ମାଡ଼ରେ ଆନସୀ ନାମକ ଆଉ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି।”

ସୁଲେମାନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ଆଇଏଏସ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ସୁଲେମାନଙ୍କ ଭାଇ ସୋଏବ ମାଲିକ କହିଛନ୍ତି, “ମୋ ଭାଇ ନମାଜ ପଢ଼ିବାକୁ ଯାଇଥିଲା। ନମାଜ ପରେ ସେ ଘରକୁ ଖାଇବା ପାଇଁ ଫେରୁଥିଲା। ସେ ଆମ ଘର ପାଖ ମସଜିଦକୁ ନ ଯାଇ ଅନ୍ୟ ଏକ ମସଜିଦକୁ ଯାଇଥିଲା। ମସଜିଦରୁ ବାହାରିବା ପରେ ହଠାତ୍‌ ଲାଠିଚାର୍ଜ ଓ ପୁଲିସ୍‌ ପକ୍ଷରୁ ଟିଅର ଗ୍ୟାସ ମାଡ଼ କରାଯାଇଥିଲା। ଏହାପରେ ପୁଲିସ୍‌ ତା’କୁ ଧରିନେଇ ଗୁଳି କରିଦେଇଥିଲା।  ଏବେ କିନ୍ତୁ ପୁଲିସ ତା’ ନାଁରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି।”



from Odisha Reporter https://ift.tt/3744Pz9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages