ଆବଶ୍ୟକୀୟ ସାମଗ୍ରୀ: ମକା, ଅଦା-ରସୁଣ ବଟା, ପିଆଜ, ଟମାଟୋ, କାଜୁ ପେଷ୍ଟ୍, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଧନିଆ ପତ୍ର, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକାକୁ ସିଝାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଜିରା ପକାନ୍ତୁ। ଏହାପରେ ପିଆଜ ଓ ଅଦା-ରସୁଣ ବଟା ପକାଇ କଷନ୍ତୁ। ମସଲା ଅଳ୍ପ କଷି ହୋଇଗଲା ପରେ ସେଥିରେ ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଲୁଣ ପକାଇ ପୁଣି କଷନ୍ତୁ।
ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ କାଜୁ ପେଷ୍ଟ୍ ପକାନ୍ତୁ ଓ ଆଉ ୫ ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ। ତା’ପରେ ସେଥିରେ ସିଝା ହୋଇଥିବା ମକାକୁ ପକାଇ ଗୋଳାନ୍ତୁ। ୨ ମିନିଟ୍ ପରେ ଅଳ୍ପ ପାଣି ଦେଇ ୧୦ ମିନିଟ୍ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। ଭଲ ଭାବେ ଫୁଟିଗଲା ପରେ ସେଥିରେ ଧନିଆ ପତ୍ର ପକାଇ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚଟ୍ପଟା କର୍ନ ମସଲା’। ଏହାକୁ ଆପଣ ରୁଟି ଓ ପରଟା ସହିତ ଖାଇପାରିବେ।
from Odisha Reporter https://ift.tt/2MrzRJB
No comments:
Post a Comment