ଓପନ୍‌ ସେଲ୍‌ରେ ଲାଟେଷ୍ଟ୍ ସ୍ମାର୍ଟଫୋନ୍ ‘Realme X2’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ଓପନ୍‌ ସେଲ୍‌ରେ ଲାଟେଷ୍ଟ୍ ସ୍ମାର୍ଟଫୋନ୍ ‘Realme X2’

ନୂଆଦିଲ୍ଲୀ: ଗତ ୧୭ ତାରିଖରେ ଭାରତରେ ଲଞ୍ଚ୍‌ ହୋଇଥିଲା ଶାଓମିର Realme X2 । ଏହି ଫୋନ୍‌ଟି ଏବେ କମ୍ପାନୀର ଓପନ୍‌ ସେଲ୍‌ରେ ସାମିଲ୍‌ ହୋଇଛଠି। କମ୍ପାନୀ ଗତ ସପ୍ତାହରେ ଏହାର ଫ୍ଲାସ୍‌ ସେଲ୍‌ କରାଇଥିଲା। ହେଲେ ନୂଆ ଫୋନ୍‌ ହେଇଥିବାରୁ ଏହାକୁ ଓପନ୍‌ ସେଲ୍‌ରେ ଉପଲବ୍ଧ କରାଇ ନଥିଲା। କିନ୍ତୁ ଏବେ ଗ୍ରାହକ ଏହାକୁ ‘ରିୟଲ୍‌ ମି’ର ୱେବ୍‌ସାଇଟ୍‌ ଓ ଫିଲ୍ମପକାର୍ଟରୁ କିଣିପାରିବେ। ଏହା କମ୍ପାନୀର ପ୍ରଥମ ଏପରି ସ୍ମାର୍ଟଫୋନ୍‌ ଯାହା ଲଞ୍ଚ୍‌ ହେବାର ମାତ୍ର ସପ୍ତାହେ ପରେ ଓପନ୍‌ ସେଲ୍‌ରେ ଉପଲବ୍ଧ ହୋଇଛି।

‘Realme X2’ର ବିଶେଷତ୍ତ୍ୱ ହେଉଛି ଏହାର 30W VOOC 4.0 ଫ୍ଲାଶ୍‌ ଚାର୍ଜ, କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 730G ପ୍ରୋସେସର ଓ କ୍ୱାଡ୍‌ ରିୟର୍‌ କ୍ୟାମେରା। ସୂଚନା ଅନୁଯାୟୀ, ଏହି ଫୋନ୍‌ଟିର 4GB+64GB ଭ୍ୟାରିୟାଣ୍ଟର ମୂଲ୍ୟ ୧୬ ହଜାର ୯୯୯ ଟଙ୍କା, 6GB+128GBର ମୂଲ୍ୟ ୧୮ ହଜାର ୯୯୯ ଟଙ୍କା ଓ 8GB+128GBର ମୂଲ୍ୟ ୧୯ ହଜାର ୯୯୯ ଟଙ୍କା ରଖାଯାଇଛି।

Realme X2ର ଫିଚର: 

  • ଡିସ୍‌ପ୍ଲେ ସାଇଜ୍‌: ୬.୪ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍ ସହିତ ୱାଟର୍ ଡ୍ରପ ନଚ୍ ଓ କର୍ଣ୍ଣିଂ ଗରିଲା ଗ୍ଲାସ୍ ୫ ରହିଛି।
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ ColorOS 6
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 730G
  • ରାମ୍: 4 GB, 6 GB, 8 GB
  • ଷ୍ଟୋରେଜ୍: 64 GB, 128GB
  • ରିୟର କ୍ୟାମେରା: 64 MP + 8MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4,000mAh ସହ 30 ୱାଟ୍  VOOC 4.0 ଫ୍ଲାସ୍‌ ଚାର୍ଜିଂ ସପୋର୍ଟ

 

 

 



from Odisha Reporter https://ift.tt/360vIUH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages