ଗଳା କାଟି ଓ ପଥରରେ ଛେଚି ଯୁବକଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

ଗଳା କାଟି ଓ ପଥରରେ ଛେଚି ଯୁବକଙ୍କୁ ହତ୍ୟା

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଲା ନିକଟ ଜଙ୍ଗଲରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତା’ସହିତ ତାଙ୍କ ଗଳା ବି କଟା ଯାଇଛି।

ମୃତ ଯୁବକଙ୍କ ନାଁ ଅନୀଲ ମୁଣ୍ଡା। ତାଙ୍କ ଘର ବଣାଇ କଲେଜ ପାଖରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରେ କିଛି ମଦ ବୋତଲ ପଡ଼ିଥିବାରୁ ମଦ ପିଇବା ପରେ ଉକ୍ତ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ଥାଇପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ଏକ ଗାଡ଼ି ବାଇକ୍ ମଧ୍ୟ ମିଳିଛି। ପୁଲିସ୍ ସାଇଣ୍ଟିଫିକ୍‌ ଟିମ୍ ସହାୟତାରେ ଘଟଣାସ୍ଥଳର ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2rRCsWg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages