ଭତ୍ତା ଟଙ୍କା ପାଇଁ ଆସି ପଞ୍ଚାୟତ ଅଫିସ୍‌ରେ ଟଳି ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ଭତ୍ତା ଟଙ୍କା ପାଇଁ ଆସି ପଞ୍ଚାୟତ ଅଫିସ୍‌ରେ ଟଳି ପଡ଼ିଲେ

ଜଳେଶ୍ୱର (ଅଜିତ କୁମାର ଦାସ):  ଭତ୍ତା ଟଙ୍କା ପାଇଁ ପଞ୍ଚାୟତ ଅଫିସ୍‌କୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଦାମକୁଣ୍ଡା ପଞ୍ଚାୟତରେ। ମୃତକ ହେଲେ ମକର ମେହୁରୀ। ତାଙ୍କ ଘର କେନ୍ଦୁଆଡ଼ ଗାଁରେ।

ଦାମକୁଣ୍ଡା ପଞ୍ଚାୟତରେ ଆଜି ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିଲା। ମକର ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌କୁ ଆସିଥିଲେ। ସେଠାରେ ତାଙ୍କର ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଲୋକମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।



from Odisha Reporter https://ift.tt/2YOCLNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages