ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବେହେରେନସିଲେଟ ଗାଁରେ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଦେବରାମ ମାଝି।  ଅଭିଯୁକ୍ତ ବଡ଼ ଭାଇର ନାଁ ଶେଷ ମାଝି।

ସୂଚନାଯୋଗ୍ୟ,  ଗତକାଲି ରାତିରେ ଶେଷ ଓ ଦେବରାମଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଶାଗ୍ରସ୍ତ ଥିବା ଶେଷ ସାନ ଭାଇ ଦେବରାମଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଦେବରାମଙ୍କ ବେକ, କାନ୍ଧ ଓ ଗାଲରେ ଗଭୀର ଆଘାତ ଲାଗିଥିଲା ଏହାପରେ ପରିବାର ଲୋକେ ଦେବରାମଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତେବେ ଝଗଡ଼ା ବେଳେ ଉଭୟେ ମଦ ପିଇଥିଲେ ବୋଲି ଜଣାପଡ଼ିଛି।

ଏ ଘଟଣା ନେଇ ଦେବରାମଙ୍କ ସ୍ତ୍ରୀ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଏଥିସହ ଅଭିଯୁକ୍ତ ଶେଷ ମାଝିଙ୍କୁ ଥାନାରେ ଅଟକ ରଖି ପଚାରାଉଚରା କରୁଛି।



from Odisha Reporter https://ift.tt/2YOCQ3H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages