ଉବେର କ୍ୟାବ ତୁଳନାରେ ହେଲିକପ୍ଟର ଭଡ଼ା ଶସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ଉବେର କ୍ୟାବ ତୁଳନାରେ ହେଲିକପ୍ଟର ଭଡ଼ା ଶସ୍ତା

ନ୍ୟୁୟର୍କ: ଅନ୍ ଲାଇନ୍ ଆପ୍ସ ଜରିଆରେ ସାରା ଦୁନିଆର ପରିବହନ ବ୍ୟବସ୍ଥା ଚାଲିଛି। ହେଲେ ରାସ୍ତା ଜାମ କିମ୍ୱା କୌଣସି ଭିଡ଼ ଭିତରେ ଯଦି କ୍ୟାବ ଫଶିଯିବ ତାହେଲେ ଟାଇମ୍ ଅନୁସାରେ ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିଥାଏ। ଯାହାର ଫାଇଦା କ୍ୟାବ କମ୍ପାନୀ କିମ୍ୱା ମାଲିକଙ୍କୁ ମିଳିଥାଏ। ହେଲେ ଭାବନ୍ତୁ, ଯଦି ସମାନ ଟଙ୍କା କିମ୍ୱା ତାଠୁ କମ୍ ପଇସାରେ ଯଦି ହେଲିକପ୍ଟର କ୍ୟାବ ସେବା ମିଳିଯିବ, ତାହେଲେ କ’ଣ କହିବେ? ସମାନ ଘଟଣା ଘଟିଛି ନ୍ୟୁୟର୍କର ଜଣେ ମହିଳାଙ୍କ କ୍ଷେତ୍ରରେ। ଉବେର ଆପ୍ସ ଜରିଆରେ ବିମାନ ବନ୍ଦରକୁ ଯିବା ପାଇଁ କାର ବୁକ୍ କରିଥିଲେ। ହେଲେ ସେହି ସମୟରେ ଉବେର କାର ଅପେକ୍ଷା ହେଲିକପ୍ଟରରେ ବିମାନ ବନ୍ଦରକୁ ଗଲେ କମ୍ ଟଙ୍କା ଦେବାକୁ ପଡ଼ିବ ବୋଲି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ନିକାଲେ ନାମକ ଜଣେ ମହିଳା ନିଜ ଘରଠୁ ଜନି ଏଫ୍ କେନେଡି ବିମାନବନ୍ଦରକୁ ଯିବା ପାଇଁ ଉବେର ଆପ୍ସ ବୁକ୍ କରିଥିଲେ। ସେହି ସମୟରେ ଉବେର ଏକ୍ସ ବୁକ୍ କଲେ ୧୨୬.୮୪ ଡଲାର ଦେବାକୁ ପଡ଼ିବ। ଏହାସହିତ ସେ ଯଦି କ୍ୟାବ୍ ପୁଲ୍ କରିବେ ତାହେଲେ ତାଙ୍କୁ ୧୦୨.୫୬ ଡଲାର ଏବଂ ହେଲିକପ୍ଟରରେ ସେ ଯଦି ସେହି ସ୍ଥାନକୁ ଯିବେ ତାହେଲେ ୧୦୧.୩୯ ଡଲାର ଦେବାକୁ ପଡ଼ିବ।

ଏହାପରେ ନିକାଲେ ଆପ୍ସର ସ୍କ୍ରିନସଟ୍ ଟୁଇଟ୍ କରି ସେୟାର କରିଥିଲେ। ଯେହେତୁ ନିକାଲେ କ୍ୟାବ ବୁକ କରିସାରିଥିଲେ ତେଣୁ ଆଉ ହେଲିକପ୍ଟର ବୁକ୍ କରିପାରିନଥିଲେ। ହେଲେ ଟୁଇଟରରେ ଲେଖିଛନ୍ତି ସେ ହେଲିକପ୍ଟର ବୁକ୍ କରିଦେବାର ଥିଲା।



from Odisha Reporter https://ift.tt/2Q1RC48

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages