ଚାରି ବର୍ଷ ହେଲା କାମ ସରୁନି, ଅଧପନ୍ତରିଆ ଶ୍ରେଣୀ ଗୃହରେ ବସୁଛନ୍ତି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 26, 2019

ଚାରି ବର୍ଷ ହେଲା କାମ ସରୁନି, ଅଧପନ୍ତରିଆ ଶ୍ରେଣୀ ଗୃହରେ ବସୁଛନ୍ତି ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ବ୍ଲକ୍‌ରେ ରହିଛି ଆୟବା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲ୍‌ଟି ୧୨୫ ବର୍ଷର। ପୂର୍ବରୁ ସ୍କୁଲ୍‌ର ଦୁଇଟି ଆଜ୍‌ବେଷ୍ଟସ୍‌ ଶ୍ରେଣୀ ଗୃହ ଥିବା ବେଳେ ୨୦୧୫-୧୬ରେ ନୂଆ ସ୍କୁଲ୍ କୋଠା ତିଆରି ହୋଇଥିଲା। ଦୁଇ ମହଲା ବିଶିଷ୍ଟ ଏହି ନୂଆ ସ୍କୁଲ୍‌ କୋଠାର ତଳ ମହଲାରେ ଗୋଟିଏ ଶ୍ରେଣୀ ଗୃହ ଥିବା ବେଳେ ଉପର ମହଲାରେ ଗୋଟିଏ ଶ୍ରେଶୀ ଗୃହ ରହିଛି। ତେବେ କୋଠାର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତଳ ମହଲାଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିବା ବେଳେ ଉପର ମହଲାରେ ଥିବା ରୁମ୍‌ଟି ଅଧପନ୍ତରିଆ ହୋଇପଡ଼ି ରହିଛି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପଢୁଥିବା ୧୪୦ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଶ୍ରେଶୀ ଗୃହର ଅଭାବ ଥିବାରୁ ବାଧ୍ୟ ହୋଇ ସେମାନେ ସେହି ଅଧପନ୍ତରିଆ କୋଠରୀରେ ବସି ପାଠପଢ଼ୁଛନ୍ତି।  ସେହିପରି କୋଠରୀ ଅଭାବରୁ  ତଳ ମହଲାରେ ଥିବା ଶ୍ରେଣୀଗୃହରେ ସ୍କୁଲର ଅଫିସ ମଧ୍ୟ ଚାଲିଛି। ପୂର୍ବରୁ ଥିବା ଦୁଇଟି ଆଜ୍‌ବେଷ୍ଟସ୍ ଶ୍ରେଣୀ ଗୃହ ଭାଙ୍ଗିରୁଜି ଯାଇଥିବାରୁ ସେଗୁଡ଼ିକୁ ଆଉ ବ୍ୟବହାର କରାଯାଇପାରୁ ନାହିଁ।

ନୂଆ ସ୍କୁଲ୍‌ କୋଠାର ଉପର ମହଲାରେ ଥିବା ଶ୍ରେଣୀ ଗୃହର କାନ୍ଥ ଓ ତଳ ପଲସ୍ତରା ହୋଇ ନଥିବା ବେଳେ ଝରକା, କବାଟ ବି ଲାଗି ନାହିଁ। ତେଣୁ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମବାସୀମାନେ ନିଜେ ପଇସା ଖର୍ଚ୍ଚ କରି ଗ୍ରୀଲ୍ ଲଗାଇଛନ୍ତି। ମାତ୍ର ଦୁଇଟି କୋଠରୀରେ ସାତୋଟି ଶ୍ରେଣୀର ଛାତ୍ରଛାତ୍ରୀ ବସୁଥିବା  ଯୋଗୁ ପାଠପଢ଼ାରେ ବହୁତ ଅସୁବିଧା ହେଉଛି।

ଏହି ସ୍କୁଲ୍‌ରେ ଆଉ ଏକ ବଡ଼ ସମସ୍ୟା ମଧ୍ୟ ରହିଛି। ଏଠାରେ ଶ୍ରେଣୀ ଗୃହର ଅଭାବ ସହିତ ଶିକ୍ଷକଙ୍କ ଅଭାବ ମଧ୍ୟ ରହିଛି। ୭ଟି ଶ୍ରେଣୀ ପାଇଁ ଏଠାରେ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି। ଫଳରେ ପିଲାଙ୍କ କୋର୍ସ ଠିକ୍ ସମୟରେ ଶେଷ ହୋଇପାରୁ ନଥିବା ଅଭିଯୋଗ ହୋଇଛି।

ସେହିପରି ସ୍କୁଲ୍‌ରେ ଯେଉଁ ଶୌଚାଳୟଟି ରହିଛି, ତାହା ଆଉ ବ୍ୟବହାର ଉପଯୋଗୀ ହୋଇ ରହି ନାହିଁ। ଶୌଚାଳୟଟି ଭାଙ୍ଗିରୁଜି ଯାଇଛି। ତେଣୁ ଛାତ୍ରଛାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସ୍କୁଲ୍‌ର ଜଣେ ଛାତ୍ର ସୁବ୍ରତ ଦାସ କହିଛନ୍ତି, “ଆମ ସ୍କୁଲ୍‌ରେ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଦୁଇଟି ରୁମ୍‌ରେ ୭ଟି ଶ୍ରେଣୀର ପିଲା ପଢ଼ୁଛନ୍ତି। ସେହିପରି ଆମ ସ୍କୁଲର ଖେଳ ପଡ଼ିଆଟିଏ ମଧ୍ୟ ନାହିଁ। ତେଣୁ ଆମେ ଖେଳାଖେଳି କରି ପାରୁନୁ।”

ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଚରଣ ନାୟକ କହିଛନ୍ତି, “ଆମ ସ୍କୁଲ୍‌ରେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଦୁଇଟି ଶ୍ରେଣୀରେ ପିଲାମାନେ ପାଠ ପଢ଼ୁଛନ୍ତି। ସେଥିରୁ ଗୋଟିଏ ଶ୍ରେଣୀ ଗୃହର ଏପର୍ଯ୍ୟନ୍ତ ପ୍ଲାଷ୍ଟର ହୋଇ ନାହିଁ କି ସେଥିରେ ଝରକା କାବାଟ ଲାଗି ନାହିଁ। ଆମ ସ୍କୁଲ୍‌ରେ ପାଚେରି ଓ କି ଖେଳ ପଡ଼ିଆ ନାହିଁ। ସେହିପରି ଶିକ୍ଷକଙ୍କ ସମସ୍ୟା ବି ରହିଛି।”

ସ୍କୁଲ୍‌ଟିର ଏତେ ସବୁ ସମସ୍ୟା ନେଇ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି, “ଏନେଇ ମୁଁ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବି।”

ରାଜ୍ୟରେ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାଦାନର ମାନ ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଆୟବା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏ ଦୁଇଟି ଯାକର ଅଭାବ ପରିଲକ୍ଷିତ ହୋଇଛି।



from Odisha Reporter https://ift.tt/2Q1REsM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages