ମମତାଙ୍କ ମନ୍ତ୍ରୀଙ୍କୁ ଭିସା ଦେଲାନି ବାଂଲାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ମମତାଙ୍କ ମନ୍ତ୍ରୀଙ୍କୁ ଭିସା ଦେଲାନି ବାଂଲାଦେଶ

କୋଲକାତା: ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ତଥା ଜମିୟତ-ଉଲମା-ଏ-ହିନ୍ଦର ଅଧ୍ୟକ୍ଷ ସିଦ୍ଦିକଉଲ୍ଲା ଚୌଧୁରୀଙ୍କୁ ବାଂଲାଦେଶ ଭିସା ଦେବା କି ନାହିଁ ସ୍ପଷ୍ଟ କରିନି। ତେଣୁ ଆଜି ମମତା ସରକାରଙ୍କ ଏହି ମନ୍ତ୍ରୀ ଜଣଙ୍କ ତାଙ୍କ ବାଂଲାଦେଶ ବିମାନ ଟିକେଟ ବାତିଲ୍ କରିବେ ବୋଲି କହିଛନ୍ତି।

ସିଦ୍ଦିକିଉଲ୍ଲା କହିଛନ୍ତି, ‘ମୁଁ ଡିସେମ୍ୱର ୨୬ରୁ ୩୧ ବାଂଲାଦେଶ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥାନ୍ତି। ଏଥିପାଇଁ ନିମନ୍ତ୍ରଣ ରହିଛି। କାର୍ଯ୍ୟକ୍ରମରେ ଯୋଗଦେବା ପରେ ବ୍ୟକ୍ତିଗତ କାମ ରହିଛି। ଏଥିପାଇଁ ମୁଁ ଡିସେମ୍ୱର ୧୨ରୁ ବାଂଲାଦେଶ ଯିବା ପାଇଁ ଭିସା ଆବେଦନ କରିଥିଲି। ସମସ୍ତ କାଗଜ ପତ୍ର ଦାଖଲ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ମୋ ଗସ୍ତକୁ ନେଇ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି। ହେଲେ ବାଂଲାଦେଶ ପକ୍ଷରୁ ଏଯାଏ ଭିସା ମିଳିନି। ବାଂଲାଦେଶ ମୋ ଭିସା ଆବେଦନକୁ ସ୍ୱୀକାର କରିଛି। ହେଲେ ଭିସା ଦେବକି ନାହିଁ ସ୍ପଷ୍ଟ କରିନି। ଆଜି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ଭିସା ମିଳିନଥିବାରୁ ଟିକେଟ୍ ବାତିଲ୍ କରିବି’। ତେବେ ଏ ନେଇ ବାଂଲାଦେଶ ଦୂତବାସ ସହିତ ଯୋଗାଯୋଗ ହୋଇପାରିନି।


ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରିବାକୁ ଯାଇ ସିଦ୍ଦିକଉଲ୍ଲା ଚୌଧୁରୀ ଧର୍ମକୁ ଆଧାର କରି ମତ ରଖିଥିଲେ। ଏମିତିକି ସେ କହିଥିଲେ ଯଦି ସିଏଏ ପ୍ରତ୍ୟାହାର ନହୁଏ ତାହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଆସିଲେ ତାଙ୍କୁ ବିମାନରୁ ଓହ୍ଲାଇବାକୁ ଦିଆଯିବନି।



from Odisha Reporter https://ift.tt/2EPlQ46

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages