‘ସାର ମଫଲର କାହିଁ?’ ଟୁଇଟରରେ ଜବାବ ମାଗିଲେ ଅରୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

‘ସାର ମଫଲର କାହିଁ?’ ଟୁଇଟରରେ ଜବାବ ମାଗିଲେ ଅରୁଣ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ମଫଲର ହେଉଛି ତାଙ୍କର ଟ୍ରେଡମାର୍କ। ଦିଲ୍ଲୀରେ ଜାଡ଼ ଶୀତ ପଡ଼ିଥିବା ବେଳେ ସୋଶାଲ ମିଡିଆ ଟୁଇଟରରେ କେଜ୍ରିଓ୍ୱାଲଙ୍କୁ ତାଙ୍କ ମଫଲର କାହିଁ ବୋଲି ଅରୁଣ ଅରୋରା ନାମକ ଟୁଇଟର ଆକାଉଣ୍ଟଧାରୀ ଜବାବ ମାଗିଥିଲେ। ଯାହାର ଜବାବ ସଙ୍ଗେସଙ୍ଗେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍।

କେଜ୍ରିଓ୍ୱାଲ ମଧ୍ୟ ଜବାବ ଦେବାକୁ ଯାଇ ଟୁଇଟ୍ କରି କହିଛନ୍ତି, ‘ମଫଲର ବହୁତ ଆଗରୁ ବାହାରି ସାରିଛି। ଆପଣମାନେ ଧ୍ୟାନ ଦେଇ ନାହାନ୍ତି। ଥଣ୍ଡା ବହୁତ ରହିଛି। ଆପଣମାନେ ସମସ୍ତେ ନିଜ ନିଜର ଧ୍ୟାନ ରଖନ୍ତୁ’।

ସୂଚନାଯୋଗ୍ୟ, କେଜ୍ରିଓ୍ୱାଲ ମଫଲର ପିନ୍ଧିବାକୁ ନେଇ ଅନେକ ନେତା ମାନେ କାର୍ଟୁନିଷ୍ଟ ମଧ୍ୟ ତାଙ୍କର ବ୍ୟଙ୍ଗ କରିବାର ଦେଖିବାକୁ ମିଳେ। ଦିଲ୍ଲୀରେ ଏବେ ତାପମାତ୍ରା ୨୨ ବର୍ଷର ରେକର୍ଡ ଭାଙ୍ଗିଛି। ସକାଳେ ଦିଲ୍ଲୀର ତାପମାତ୍ରା ୫.୪ ଡିଗ୍ରୀ ସେଲସିୟସ ରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ୧୯୯୭ ପରେ ଦିଲ୍ଲୀରେ ଚଳିତ ମାସ ସର୍ବାଧିକ ଶୀତ ରହିଛି।



from Odisha Reporter https://ift.tt/2t3yLN4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages