ଅଯୋଧ୍ୟା ରାୟ ବିରୋଧରେ ୪୦ ଶିକ୍ଷାବିତ ଓ ସମାଜସେବୀଙ୍କ ରିଭ୍ୟୁ ପିଟିସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ଅଯୋଧ୍ୟା ରାୟ ବିରୋଧରେ ୪୦ ଶିକ୍ଷାବିତ ଓ ସମାଜସେବୀଙ୍କ ରିଭ୍ୟୁ ପିଟିସନ

ନୂଆଦିଲ୍ଲୀ: ବାବ୍ରୀ ମସଜିଦ ଓ ରାମ ଜନ୍ମ ଭୂମି ବିବାଦରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଇରଫାନ ହବିବ, ଜୟାତି ଘୋଷ, ନନ୍ଦୀନ ସୁନ୍ଦର ଓ ପ୍ରଭାତ ପଟ୍ଟନାୟକଙ୍କ ଭଳି ୪୦ ଜଣ ଶିକ୍ଷାବିତ ଏବଂ ସାମଜସେବୀ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ନଭେମ୍ବର ୯ରେ ଯେଉଁ ରାୟ ଦେଇଥିଲେ ଏହାର ପୁନଃ ସମୀକ୍ଷା କରନ୍ତୁ ବୋଲି ଆବେଦନକାରୀମାନେ ସେମାନଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି।

ଦୀର୍ଘ ଦଶନ୍ଧି ଧରି ଚାଲି ଆସିଥିବା ଏହି ବିବାଦର ରାୟ ପ୍ରକାଶ କରି ସୁପ୍ରିମକୋର୍ଟ ବିବାଦୀୟ ୨.୭୭ ଏକର ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ମସଜିଦ ପାଇଁ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ କହିଥିଲେ।

ଏହି ବିବାଦରେ ଆଦୌ ପକ୍ଷ ହୋଇ ନଥିବା ଏହି ୪୦ ଜଣ ଶିକ୍ଷାବିତ ଓ ସାମାଜସେବୀ ଏବେ ରିଭ୍ୟୁ ପିଟିସନ କାହିଁକି ଦାଖଲ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତା’କୁ ନେଇ ପ୍ରଶ୍ନ ଉଠିଛି। ତେବେ ଆବେଦନକାରୀ ନିଜ ରିଭ୍ୟୁ ପିଟିସନକୁ ଯଥାର୍ଥ ବୋଲି କହିଛନ୍ତି।

ସେମାନେ କହିଛନ୍ତି ଯେ ସୁପ୍ରିମକୋର୍ଟ ଦେଇଥିବା ରାୟ ଭାରତର ସଂସ୍କୃତିକୁ ପ୍ରଭାବିତ କରିଛି ଓ ଭାରତୀୟ ସମ୍ବିଧାନରେ ଉଲ୍ଲେଖଥିବା ଧର୍ମ ନିରପେକ୍ଷତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ସମସ୍ତେ ଜାଣିଛନ୍ତି ଯେ ଅଯୋଧ୍ୟା ହେଉଛି ଭଗବାନ ରାମଙ୍କ ଜନ୍ମଭୂମି। ଏଥିରେ ସନ୍ଦେହ ନାହିଁ।

ହେଲେ ବାବ୍ରୀ ମସଜିଦ ନିର୍ମାଣ ହୋଇଥିବା ସ୍ଥାନରେ ଯେ ମନ୍ଦିର ଥିଲା, ତାହା ଏଯାଏ ପ୍ରମାଣିତ ହୋଇନାହିଁ। ସୁପ୍ରିମକୋର୍ଟ ମଧ୍ୟ ରାୟ ଦେବା ବେଳେ ଏକଥା କହିଥିଲେ। ଗୋଟିଏ ସଂପ୍ରଦାୟର ବିଶ୍ୱାସକୁ ସମ୍ମାନ ଜଣାଇବା ପାଇଁ କେବେ ହେଲେ ଆଉ ଗୋଟିଏ ସଂପ୍ରଦାୟର ବିଶ୍ୱାସକୁ ଜଳାଞ୍ଜଳୀ ଦିଆଯାଇ ପାରିବ ନାହିଁ।

ସେହିପରି ଦୁଇ ସଂପ୍ରଦାୟର ଉପାସନା ଓ ଈଶ୍ୱରଙ୍କୁ ସ୍ମରଣ କରିବା ଶୈଳୀକୁ ମଧ୍ୟ ତୁଳନା କରାଯାଇ ପାରିବ ନାହିଁ। ବିବାଦୀୟ ଅଞ୍ଚଳରେ ବାବ୍ରୀ ମସଜିଦ୍‌ ରହିଥିଲା ବୋଲି ସମସ୍ତେ ଦେଖିଛନ୍ତି ଏବଂ ଏହାର ପ୍ରମାଣ ମଧ୍ୟ ରହିଛି। ହେଲେ ମନ୍ଦିରକୁ ଭାଙ୍ଗି ଏଠାରେ ବାବ୍ରୀ ମସଜିଦ୍‌ ନିର୍ମାଣ କରାଯାଇଛି ବୋଲି ପ୍ରମାଣ କାହା ପାଖରେ ନାହିଁ। କେବଳ ହିନ୍ଦୁ ପକ୍ଷଙ୍କ ବିଶ୍ୱାସ ଉପରେ ଏହା ତିଷ୍ଠି ରହିଛି।

ତେଣୁ ବିଶ୍ୱାସ ଓ ପ୍ରମାଣକୁ ଆଧାର କରାଯାଏ, ତା’ହେଲେ ଏଠାରେ ବାବ୍ରୀ ମସଜିଦ ରହିଥିଲା। ସୁପ୍ରିମକୋର୍ଟ ପ୍ରମାଣକୁ ଆଧାର କରି ରାୟ ନ ଦେଲେ ଏହା ସମାନତା ଓ ଧାର୍ମିକ ସ୍ୱାଧୀନତା ପ୍ରତି କୁଠାରାଘାତ ବୋଲି ଧରାଯିବ। ଭାରତୀୟ ସମ୍ବିଧାନ ହିଁ ସମାନତା ଓ ଧାର୍ମିକ ସ୍ୱାଧୀନତାର ଅଧିକାର ସମସ୍ତଙ୍କୁ ଦେଇଛି।



from Odisha Reporter https://ift.tt/2E17M74

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages