ଟ୍ରକ୍‌ ପଛରେ ପିଟିହେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ଟ୍ରକ୍‌ ପଛରେ ପିଟିହେଲା ଟ୍ରକ୍‌

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଗୋଟିଏ ଟ୍ରକ୍‌ ଅନ୍ୟ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେବାରୁ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜିତୁ ପ୍ରଧାନ (୨୭)। ତାଙ୍କ ଘର ଅନୁଗୋଳ ଜିଲ୍ଲା ଗଞ୍ଜଡ଼ା ଗାଁରେ।

ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁଇଟି ଟ୍ରକ୍‌ ତାଳଚେରରୁ କୋଇଲା ନେଇ ଆସୁ ଥିବା ବେଳେ ଦୁର୍ଘଟଣା ଘଟିଥିଲା। ଜିତୁ ପ୍ରଧାନ କୌଣସି କାରଣରୁ ତାଙ୍କ ଟ୍ରକ୍‌ରୁ ଭାରସାମ୍ୟ ହରାଇଥିଲେ ଓ ଆଗରେ ଯାଉଥିବା ଅନ୍ୟ ଟ୍ରକ୍‌ର ପଛରେ ପିଟି ଦେଇଥିଲେ। ଖବର ପାଇ ବଅଁରପାଳ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜିତୁଙ୍କ ମୃତଦେହକୁ କାଢ଼ିଥିଲେ। ତାଙ୍କ ମୃତଦେହ କାଢ଼ିବା ପାଇଁ ବହୁତ ସମୟ ଲାଗିଥିଲା। ସକାଳ ପ୍ରାୟ ଆଠଟା ବେଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏହାପରେ ମୃତଦେହକୁ ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।

ଏହି ଦୁର୍ଘଟଣା ଯୋଗୁ ୧୪୯ ନମ୍ୱର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସକାଳେ ସାଢ଼େ ଆଠଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।



from Odisha Reporter https://ift.tt/38mKiqZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages