ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦୀର୍ଘ ବର୍ଷ ହେଲା ରୋଗରେ ଛଟପଟ ହେଉଥିଲେ। ଅର୍ଥାଭାବରୁ ଠିକ୍ ଭାବେ ଚିକିତ୍ସିତ ମଧ୍ୟ ହୋଇ ପାରୁ ନ ଥିଲେ। ଇତି ମଧ୍ୟରେ ବିବାହ କରି ସଂସାର ଗଢ଼ିଲେ। ରୋଗ ଯନ୍ତ୍ରଣାକୁ ଚାପି ଧରି ଶାଶୁ ଘରେ ସମସ୍ତଙ୍କ ମନ ନେଇ ଚଳିଲେ। ହେଲେ ବିବାହର ଦେଢ଼ ବର୍ଷ ନ ପୂରୂଣୁ ସବୁ ଛାରଖାର ହୋଇଗଲା।
ରୋଗର ଯନ୍ତ୍ରଣା କ୍ରମଶଃ ବଢ଼ି ଚାଲିଲା। ଶେଷରେ ସହିବା ସୀମା ଅତିକ୍ରମ କରିବା ପରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳାଜଣକ। ଏପରି ହୃଦୟ ବିଦାରକ ଘଟଣା ରାଉରକେଲାର ବିଶ୍ରା ଥାନା ଅଞ୍ଚଳ ଗଡାମୋହଲାରେ ଗତକାଲି ଘଟି ଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ସନ୍ଧ୍ୟାରେ ରୁହି ଖାତୁନ ନାମ୍ନୀ ମହିଳା ନିଜ ଶାଶୁ ଘରେ କବାଟ ବନ୍ଦ କରି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକେ ଚିତ୍କାର ଶୁଣି ଉଦ୍ଧାର କରିବା ବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା।
ଏ ବାବଦରେ ଉକ୍ତ ମହିଳାଙ୍କ ପିତା ମେହବୁବ ଆନସାରୀ ବିଶ୍ରା ଥାନାରେ ରିପୋର୍ଟ କରିଛନ୍ତି । ରୋଗରେ ପୀଡିତ ଥିବା ସତ୍ତ୍ୱେ ଅର୍ଥାଭାବରୁ ଝିଅ ଚିକିତ୍ସିତ ହୋଇ ନ ପାରୁ ନ ଥିଲା। ତେଣୁ ହତାଶ ହୋଇ ସେ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଥାନାରେ ଜଣାଇଛନ୍ତି। ତେବେ କେଉଁ କାରଣରୁ ରୁହି ଆତ୍ମହତ୍ୟା କଲେ ପୁଲିସ୍ ତାହାର ତଦନ୍ତ କରୁଛି । ଏହି ଅଘଟଣ ବେଳେ ରୁହୀଙ୍କ ସ୍ୱାମୀ ଘରେ ନଥିଲେ ।
from Odisha Reporter https://ift.tt/36F5jvo
No comments:
Post a Comment