ନାଗରିକତା ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ଆମେରିକା ଦେଲା ବଡ଼ ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ନାଗରିକତା ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ଆମେରିକା ଦେଲା ବଡ଼ ବୟାନ

ୱାଶିଂଟନ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଭାରତରେ ଜୋରଦାର ଆନ୍ଦୋଳନ ଚାଲିଛି। କିଛି ସ୍ଥାନରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବା ବେଳେ ଆଉ କିଛି ସ୍ଥାନରେ ପୁଲିସ୍‌ର ବର୍ବରତା ଦେଖିବାକୁ ମିଳିଛି। ଏସବୁ ଭିତରେ ପ୍ରଥମଥର ପାଇଁ ସିଏଏ ଆନ୍ଦୋଳନକୁ ନେଇ ମୁହଁ ଖୋଲିଛି ଆମେରିକା।

ଆମେରିକା ପକ୍ଷରୁ କୁହାଯାଇଛି ଯେ ଆନ୍ଦୋଳନକାରୀମାନେ ହିଂସାକାଣ୍ଡରୁ ଦୂରେଇ ରୁହନ୍ତୁ। ସେହିପରି ଭାରତର ଅଧିକାରୀମାନେ ଲୋକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାରକୁ ସୁରକ୍ଷା ଓ ସମ୍ମାନ ମଧ୍ୟ ଦେବା ଦରକାର। ଆମେରକି ଷ୍ଟେଟ ବିଭାଗର ମୁଖପାତ୍ର କହିଛନ୍ତି, “ନାଗରିକତା ସଂଶୋଧନ ଆଇନକୁ ନେଇ ଭାରତରେ ଚାଲିଥିବା ବିଭିନ୍ନ ଘଟଣା ଉପରେ ଆମେ ନଜର ରଖିଛୁ। ଆମେ ପ୍ରଶାସନିକ ଅଧିକାରୀଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅଧିକାରକୁ ସୁରକ୍ଷା ଓ ସମ୍ମାନ କରିବା ପାଇଁ ନିବେଦନ କରୁଛୁ।

ଆମେ ଆନ୍ଦୋଳନକାରୀଙ୍କୁ ମଧ୍ୟ ହିଂସାକାଣ୍ଡରୁ ଦୂରେଇ ରହିବାକୁ ନିବେଦନ କରୁଛୁ। ଭାରତ ଓ ଆମେରିକା ଭଳି ଗଣତାନ୍ତ୍ରିକ ଦେଶର ମୂଳ ସମ୍ବିଧାନରେ ସବୁ ଧର୍ମକୁ ଉପଯୁକ୍ତ ସମ୍ମାନ ଓ ସବୁ ଧର୍ମର ଲୋକଙ୍କୁ ସ୍ୱାଧୀନତା ଦେଇଛି। ତେଣୁ ଭାରତ ସରକାର ସେଠାକାର ସମ୍ବିଧାନ ଓ ଗଣତନ୍ତ୍ରର ମୂଲ୍ୟବୋଧ ଅନୁଯାୟୀ ସଂଖ୍ୟାଲଘୁଙ୍କୁ ଉପଯୁକ୍ତ ସମ୍ମାନ, ଅଧିକାର ଏବଂ ସୁରକ୍ଷା ଯୋଗାଇ ଦେବା ଦରକାର।”



from Odisha Reporter https://ift.tt/2PtLgKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages