ସାଉଥ୍‌ରେ ଡେବ୍ୟୁ କରିବେ ଜାହ୍ନବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ସାଉଥ୍‌ରେ ଡେବ୍ୟୁ କରିବେ ଜାହ୍ନବୀ

ମୁମ୍ବାଇ: ଫିଲ୍ମ ‘ଧଡକ୍’ରୁ ବଲିଉଡ୍‌ରେ ପାଦ ରଖିଥିବା ଜାହ୍ନବୀ କପୁର ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାଉଥ୍ ସୁପର୍‌ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଜାହ୍ନବୀ ସ୍କ୍ରିନ୍ ଶେଆର କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଗାମୀ ତେଲୁଗୁ ଫିଲ୍ମ ‘ଫାଇଟର୍‌’ରେ ଜାହ୍ନବୀ ଓ ‘ଅର୍ଜୁନ ରେଡ୍ଡୀ’ ଫେମ୍ ବିଜୟ ଦେବରକୋଣ୍ଡା ଏକାଠି କାମ କରିବେ। ହେଲେ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ କି ଫିଲ୍ମକୁ ନେଇ କିଛି ଅଧିକ ସୂଚନା ମିଳିନାହିଁ। ତେବେ ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ଫେବୃଆରୀରୁ ଆରମ୍ଭ ହେବ ବୋଲି କୁହାଯାଉଛି।

ଯଦି ଖବରଟି ସତ ହୁଏ, ତା’ହେଲେ ଜାହ୍ନବୀଙ୍କର ସାଉଥ୍‌ରେ ଫିଲ୍ମ କରିବାର ସ୍ୱପ୍ନ ଖୁବ୍‌ଶୀଘ୍ର ପୂରଣ ହୋଇଯିବ। ତାଙ୍କ ମା’ ତଥା ଦିବଂଗତ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ସାଉଥ୍‌ ଫିଲ୍ମରେ ଅଭିନୟ କରିଥିଲେ। ଏକ ସୂତ୍ରରୁ ଯାହା ସୂଚନା ମିଳିଛି, ଏହି ଫିଲ୍ମ ପାଇଁ ଜାହ୍ନବୀ କୁଆଡ଼େ ନିର୍ମାତାଙ୍କର ପ୍ରଥମ ପସନ୍ଦ ନଥିଲେ। ତାଙ୍କ ପୂର୍ବରୁ ଏହି ଫିଲ୍ମ ପାଇଁ କିୟାରା ଆଡଭାନୀ ଓ ଆଲିଆ ଭଟ୍ଟଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କୌଣସି କାରଣରୁ ଏହି ଦୁଇ ଅଭିନେତ୍ରୀଙ୍କ ସହ ଚୁକ୍ତି ହୋଇପାରିଲା ନାହିଁ। ଏହା ବି ଶୁଣିବାକୁ ମିଳୁଛି ଯେ କରଣ ଜୋହର ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କ ନାଁକୁ ସୁପାରିସ କରିଥିଲେ।

View this post on Instagram

Still fighting jet lag tbh….✨

A post shared by Janhvi Kapoor (@janhvikapoor) on

ସୂଚନାଯୋଗ୍ୟ, ଜାହ୍ନବୀ ଆଗକୁ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍‌ରେ ନଜର ଆସିବେ। ଏହାବ୍ୟତୀତ ରାଜକୁମାର ରାଓଙ୍କ ସହ ଫିଲ୍ମ ‘ରୁହି ଆଫ୍‌ଜା’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ। ଏସବୁ ବ୍ୟତୀତ କରଣ ଜୋହରଙ୍କ ଫିଲ୍ମ ‘ତଖ୍‌ତ’ରେ ବି ସେ ଅଭିନୟ କରିପାରନ୍ତି। ଜଣାଇଦେବାକୁ ଚାହୁଁ ଯେ ଜାହ୍ନବୀଙ୍କ ମଆ ତଥା ଦିବଗନ୍ତ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଚେହେରା ଥିଲେ।



from Odisha Reporter https://ift.tt/2PRAHjx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages