ଆୟୁଷ୍ମାନ୍‌ଙ୍କୁ କପି କଲେ ରାଜକୁମାର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ଆୟୁଷ୍ମାନ୍‌ଙ୍କୁ କପି କଲେ ରାଜକୁମାର !

ମୁମ୍ବାଇ: ଆପଣମାନେ ତ ଜାଣନ୍ତି ସିନେ ଷ୍ଟାରଙ୍କ ଫ୍ୟାଶନ୍‌ଙ୍କୁ ଅନେକ ଲୋକ ଅନୁକରଣ କରନ୍ତି। ସେମାନଙ୍କ ଭଳି ଚୁଟି, ନିଶ ଓ ଦାଢ଼ି ରଖିବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଆଉ କେହି କେହି ସେମାନଙ୍କ ଭଳି ପୋଷକ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ଯେତେବେଳେ କେହି ଫିଲ୍ମ ଷ୍ଟାରଙ୍କ ପୋଷାକ ବା ଲୁକ୍ ଅନ୍ୟ ଜଣେ ଫିଲ୍ମ ଷ୍ଟାରଙ୍କ ଭଳି ହୋଇଯାଏ, ତା’ହେଲେ କଥା ସରିଲା। ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ ଓ ତାଙ୍କୁ ଟ୍ରୋଲ୍ କରନ୍ତି। ଏବେ ଏମିତି କିଛି ଘଟିଛି ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ।

ରାଜକୁମାର ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ ସେ ବ୍ରାଉନ୍‌ କଲର୍‌ର ଶୁଟ୍‌ ପିନ୍ଧିଛନ୍ତି। ତା’ସହିତ ସେ ଏକ କୋଟ୍‌ କେପ୍‌ ପିନ୍ଧିଛନ୍ତି। ରାଜକୁମାରଙ୍କ ଏହି ଲୁକ୍‌ ବେଶ୍ ଦମ୍‌ଦାର ଲାଗୁଛି। ତାଙ୍କ ଫ୍ୟାନ୍‌ମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ହେଲେ ତାଙ୍କର ଏହି ଲୁକ୍ କିଛି ମାତ୍ରାରେ ତାଙ୍କ ବନ୍ଧୁ ତଥା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ମିଶିଯାଉଛି। ଆଉ ଏହାକୁ କେହି କେହି ପସନ୍ଦ କରୁ ନାହାନ୍ତି। ସେମାନେ କହୁଛନ୍ତି ଯେ ଆୟୁଷ୍ମାନଙ୍କୁ କପି କରିଛନ୍ତି ରାଜକୁମାର।

କିଛିଦିନ ପୂର୍ବରୁ ଆୟୁଷ୍ମାନ୍‌ ସୋଶାଲ୍ ମିଡିଆରେ ଏକ ଫଟୋ ଶେଆର୍ କରିଥିଲେ। ଆଉ ସେ ବି ଏହିଭଳି ଏକ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ ଯାହା ଏବେ ରାଜକୁମାର୍‌ ପିନ୍ଧିଛନ୍ତି। ହେଲେ ତାଙ୍କ ଡ୍ରେସ୍‌ର ରଙ୍ଗ ଧଳା ଥିଲା। ସେ ଧଳା ରଙ୍ଗର ଶୁଟ୍‌ ଓ ଜୋତା ପିନ୍ଧିଥିଲେ। ଏହି ଶୁଟ୍‌ ସହ ସେ ମଧ୍ୟ ଏକ କୋଟ୍‌ କେପ୍‌ ପିନ୍ଧିଥିଲେ। ଆଉ ସେଥିପାଇଁ ରାଜକୁମାର୍‌ ତାଙ୍କୁ କପି କରିଥିବା କୁହାଯାଉଛି।

ରାଜକୁମାର କୋଟ୍‌ କେପ୍‌ ସହ ଏକ ନର୍ମାଲ୍‌ ଥ୍ରୀପିସ୍‌-ଶୁଟ୍‌ ପିନ୍ଧିଥିଲେ ଓ ଆୟୁଷ୍ମାନ୍‌ କଷ୍ଟମାଇଜ୍ଡ୍ ଡିଜାଇନର୍‌ ଲଙ୍ଗ୍ କୋଟ୍‌ କେପ୍‌ ପିନ୍ଧିଥିଲେ। ଦୁହିଁଙ୍କ ଆଉଟ୍‌ଫିଟ୍‌ରେ ବାସ୍‌ ଏତିକି ପାର୍ଥକ୍ୟ ଥିଲା। କିନ୍ତୁ ଏହା ମାନିବାକୁ ପଡ଼ିବ ଯେ ଦୁହେଁ ନିଜ ନିଜ ଅନ୍ଦାଜରେ ବେଶ୍ ଜବରଦସ୍ତ ଦେଖାଯାଉଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉଭୟଙ୍କର ଦୁଇଟି ଲେଖାଏଁ ଫିଲ୍ମ ଆସୁଛି। ଆୟୁଷ୍ମାନ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍’ ଓ ‘ଗୁଲାବୋ ସିତାବୋ’ରେ ନଜର ଆସିବେ। ସେହିପରି ରାଜକୁମାର୍‌ ଫିଲ୍ମ ‘ତୁରମ୍‌ ଖାନ୍‌’ ଓ ‘ରୁହି ଆଫ୍‌ଜା’ରେ ନଜର ଆସିବେ।



from Odisha Reporter https://ift.tt/2E4s93k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages