ଧରା ପଡ଼ିଲା ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗ    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ଧରା ପଡ଼ିଲା ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗ   

ସମ୍ବଲପୁର(ଓଡ଼ିଶା ରିପୋର୍ଟର):  ଏକ ଅନ୍ତରାଜ୍ୟ ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୁଲିସ୍‌। ସେମାନଙ୍କଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ସମେତ ହ୍ୟାକିଂରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ଲଟ ମେସିନ , ୩୦ଟି ଏ.ଟି.ଏମ କାର୍ଡ , ସେମାନେ ବ୍ୟବହୃତ କରୁଥିବା ୪ଟି ମୋବାଇଲ ଫୋନ , ଲାପ୍‌ଟପ୍‌ ସମେତ ଏକ କାର୍‌ ମଧ୍ୟ ଜବତ ହୋଇଛି। ଏହି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌।

ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ  ତାକୁ ଗିରଫ କରିବା ପାଇଁ ୪ଟି ଟିମ୍‌  ଗଠନ କରାଯାଇଥିବା ସମ୍ବଲପୁର  ଏସ୍.ପି ସୂଚନା ଦେଇଛନ୍ତି  । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ସମ୍ବଲପୁରର ହୋଇଥିବା ବେଳେ ଆଉ ଦୁଇଜଣ ବିହାରର ବୋଲି ଜଣା ପଡିଛି । ଏହି ଗ୍ୟାଙ୍କ ଏଟିଏମ୍‌ରେ  ଛପି ରହି ଭିତରକୁ ଯାଉଥିବା ଗ୍ରାହକଙ୍କ ପିନ କୋର୍ଡ ମନେ ରଖି ପରେ ସ୍କିମର ମେସିନ ବ୍ୟବହାର କରି  ଟଙ୍କା ଉଠାଇ ନେଉଥିବା ସୂଚନା ଦେଇଛନ୍ତି।



from Odisha Reporter https://ift.tt/2Zaorih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages