ଉନ୍ନାଓ ଦୁଷ୍କର୍ମ ମାମାଲା, ଦୋଷୀ କୁଲଦୀପ ସିଂହ ସେନଗାରଙ୍କୁ ଆଜୀବନ ଜେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ଉନ୍ନାଓ ଦୁଷ୍କର୍ମ ମାମାଲା, ଦୋଷୀ କୁଲଦୀପ ସିଂହ ସେନଗାରଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ। ଦିଲ୍ଲୀର ତିସ ହଜାରୀ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ସେନଗାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଦୁଷ୍କର୍ମ ମାମଲା ଆସିବା ପରେ କୁଲଦୀପଙ୍କୁ ବିଜେପିରୁ ନିଲମ୍ୱିତ ହୋଇଥିଲେ। ଗତ ୧୬ ତାରିଖରେ ଦିଲ୍ଲୀର ଏହି କୋର୍ଟ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଡିସେମ୍ୱର ୧୯ରେ ବିଧାୟକଙ୍କ ବିରୋଧରେ ସଜା ଶୁଣାଇବେ ବୋଲି କୋର୍ଟ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସଜା ଶୁଣାଣି ଆଜିକୁ ଘୁଞ୍ଚିଥିଲା।

ରାୟ ଶୁଣାଣି ବେଳେ କୋର୍ଟ କହିଥିଲେ, ‘ସେନଗାର ଜଣେ ଶକ୍ତିଶାଳୀ ବ୍ୟକ୍ତି ଥିଲେ। ପୀଡ଼ିତା ଜଣଙ୍କ ଗାଁରେ ରହୁଥିବା ଝିଅଟିଏ। ତେଣୁ ଏଭଳି ଜଣେ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିବା ପୂର୍ବରୁ ସମୟ ନେଇଥିଲେ। ପୀଡ଼ିତା ଜଣଙ୍କ ଦୁଷ୍କର୍ମ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ତାଙ୍କ ପରିବାର ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା’। ସିବିଆଇ ସେନଗାରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାରେ ବିଳମ୍ୱ କରିବାରୁ ରାୟ ଶୁଣାଇବା ବିଳମ୍ୱିତ ହୋଇଛି ବୋଲି କୋର୍ଟ କହିଛନ୍ତି।

ଉନ୍ନାଓ ଦୁଷ୍କର୍ମ ମାମଲାରେ ମୋଟ ୫ଟି ମାମଲା ରହିଛି। ଗୋଟିଏ ମାମଲାରେ ସେନଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନାବାଳିକାଙ୍କୁ ଅପହରଣ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ କୋର୍ଟ ସେନଗାରଙ୍କୁ ଦୋଷୀ ଘୋଷଣା କରିଛନ୍ତି। ତେବେ ନାବାଳିକାଙ୍କୁ ବିଧାୟକଙ୍କୁ ପାଖକୁ ନେଇ ଯାଇଥିବା ମହିଳା ଅଭିଯୁକ୍ତ ଶଶି ସିଂହଙ୍କୁ ଛାଡ଼ି ଦେଇଛନ୍ତି। ବିଧାୟକ ସେନଗାରଙ୍କ ବିରୋଧରେ ମାମଲା ରୁଜୁ ହେବାର ବର୍ଷେ ପରେ ଚାର୍ଜଶିଟ୍ ଦାଖଲ କରିଥିଲା ସିବିଆଇ। ଏ ନେଇ ସିବିଆଇକୁ ମଧ୍ୟ ଭର୍ତ୍ସନା କରିଛନ୍ତି କୋର୍ଟ। ସିବିଆଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିବ ବୋଲି ଡାକିବାରୁ ଚାର୍ଜଶିଟ୍ ଦାଖଲରେ ବିଳମ୍ୱ ହୋଇଛି। ହେଲେ ଏହି ମାମଲାରେ ସିବିଆଇ ପୀଡ଼ିତାଙ୍କ ପାଖକୁ ଯିବାର ଥିଲା ବୋଲି କୋର୍ଟ ଡିସେମ୍ୱର ୧୬ରେ କହିଥିଲେ।

ବିଧାୟକଙ୍କ ବିରୋଧରେ ପକ୍ସୋ ଆକ୍ଟ (୩୭୬) ଆଧାରରରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦିଆଯାଇଛି। ଦୁଷ୍କର୍ମର ଶିକାର ହେବା ବେଳେ ପୀଡ଼ିତା ଜଣଙ୍କ ନାବାଳିକା ଥିଲେ। ଦୁଷ୍କର୍ମ କରିବା ପରେ ବିଧାୟକ ପୀଡ଼ିତାଙ୍କୁ ଧମକ ଚମକ ଦେଇଥିଲା। ଫଳରେ ପୀଡ଼ିତାଙ୍କ ପରିବାର ଭୟଭୀତ ହୋଇଯାଇଥିଲେ। ପୀଡ଼ିତାଙ୍କ ପରିବାର ବିରୋଧରେ ବିଧାୟକଙ୍କ ଦ୍ୱାରା ଅନେକ ମିଛ ମକୋଦ୍ଦମା ରୁଜୁ କରାଯାଇଥିଲା ବୋଲି କୋର୍ଟ ଡିସେମ୍ୱର ୧୬ରେ କହିଥିଲେ। ତେବେ ଏଭଳି ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ବିରୋଧରେ ପୀଡ଼ିତା ଲଢ଼ୁଥିବାରୁ କୋର୍ଟ ତାଙ୍କୁ ପ୍ରଶଂସା କରିଥିଲେ ତିସ୍ ହଜାରୀ କୋର୍ଟ।

କ’ଣ ଥିଲା ଘଟଣା

ସୂଚନାଯୋଗ୍ୟ, ୨୦୧୭ରେ ଉନ୍ନାଓ ବିଧାୟକ ଚାକିରି ଲୋଭ ଦେଖାଇ କୁଲଦୀପ ସେନଗାର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣାର ଦୀର୍ଘ ଗୋଟିଏ ବର୍ଷ ପରେ ଅର୍ଥାତ ଗତବର୍ଷ ଏପ୍ରିଲ ମାସରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅଭିଯୁକ୍ତ ବିଧାୟକ କୁଲଦୀପଙ୍କୁ ଗିରଫ କରିଥିଲା। ତିହାର ଜେଲକୁ ସ୍ଥାନାନ୍ତର ହେବା ପୂର୍ବରୁ କୁଲଦୀପ ୟୁପିର ଏକ ଜେଲରେ ଥିଲେ। ସେତେବେଳେ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଧମକ ଦେଉଥିଲେ।

ପୀଡ଼ିତାଙ୍କ କାର ଦୁର୍ଘଟଣା

ଏହାପରେ ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ତାଙ୍କ ପରିବାର ସହ କାର୍‌ରେ ରାଏବରେଲିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ନମ୍ୱର ଘୋଡ଼ାଯାଇଥିବା ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ନୌରୁ ଏହି ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ମାମଲାର ଶୀଘ୍ର ଶୁଣାଣି କରିବାକୁ ଯାଇ ଅଗଷ୍ଟ ୫ରୁ ନିୟମିତ ଶୁଣାଣି ଚାଲିଥିଲା। ଦୁର୍ଘଟଣା ପରେ ଲକ୍ଷ୍ନୌରୁ ଏୟାରଲିଫ୍ଟ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ପୀଡ଼ିତା। ସେପ୍ଚେମ୍ୱରରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।  ବିଧାୟକ ସେନଗାର ଏବେ ଦିଲ୍ଲୀ ତିହାର ଜେଲରେ ଅଛନ୍ତି।



from Odisha Reporter https://ift.tt/2PELcYM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages