ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ିବା ପୂର୍ବଦିନ ଫୋନ୍ କରିଥିଲା ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ିବା ପୂର୍ବଦିନ ଫୋନ୍ କରିଥିଲା ଅଭିଯୁକ୍ତ

ଲକ୍ଷ୍ମୌ: ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ିବା ପୂର୍ବଦିନ ଫୋନ୍ କରିଥିଲା ଅଭିଯୁକ୍ତ। ପୁଲିସ ତଦନ୍ତରୁ ଏବେ ଏହା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଶୁଭମ ନିଆଁ ଲଗାଇବା ପୂର୍ବ ଦିନ (୪ ଡିସେମ୍ୱର) ପୀଡ଼ିତାଙ୍କ ସହ ଫୋନରେ ୧୯ ସେକେଣ୍ଡ ପାଇଁ କଥା ହୋଇଥିଲା ବୋଲି ଜଣାପଡ଼ିଛି। ହେଲେ ଏହି ଫୋନ୍ କଲ୍ ବେଳେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ କ’ଣ କହିଥିଲା? ପର ଦିନ ଦୁଷ୍କର୍ମ ମାମଲାର ଶୁଣାଣି ଥିଲା। ପୀଡ଼ିତା ପକ୍ଷ ରଖିବାକୁ କୋର୍ଟକୁ ଯିବା ପୂର୍ବରୁ ଅଘଟଣର ବାର୍ତ୍ତା ଦେଇଥିଲା କି ଅଭିଯୁକ୍ତ? ଏବେ ଏହି ସବୁ ଦିଗକୁ ନେଇ ତଦନ୍ତକାରୀ ଟିମ୍ ତଦନ୍ତ କରୁଛି ବୋଲି ଜଣାପଡ଼ିଛି।

ସେହିପରି ଏହାର ପୂର୍ବ ଦିନ (ଡିସେମ୍ୱର ୩) ପୀଡ଼ିତା ଜଣଙ୍କ ମହିଳା ହେଲ୍ପ ଲାଇନ ନମ୍ୱର ୧୦୯୦କୁ ଫୋନ୍ କରି ଅଭିଯୋଗ କରିଥିଲେ। ତାଙ୍କୁ ଦୁଇ ଜଣ ପୁଅ ହଇରାଣ କରୁଛନ୍ତି ବୋଲି କହିଥିଲେ। ହେଲେ ସେହି ଦୁଇ ଜଣ କିଏ ତାଙ୍କ ନାମ ବାବଦରେ ପୀଡ଼ିତା ହେଲ୍ପ ନମ୍ୱରରେ ଅଭିଯୋଗ ଦାଖଲ କରିବା ବେଳେ କହିଥିଲେ କି ନାହିଁ ତାହା ଜଣାପଡ଼ିନି। ଏବେ ଏହି ଘଟଣାର ତଦନ୍ତ ଚାଲିଛି। ମୁଖ୍ୟ ଅଭିଯୁକ୍ତ ଶୁଭମ ଏବଂ ତାର ୪ ସହଯୋଗୀ ଏବେ ଜେଲରେ ଅଛନ୍ତି।

ଗତବର୍ଷ ହୋଇଥିବା ଏହି ଉନ୍ନାଓ ଦୁଷ୍କର୍ମ ମାମଲାରେ ନଭେମ୍ୱର ୩୦ ତାରିଖରେ ଅଭିଯୁକ୍ତ ଶୁଭମ ଜାମିନରେ ଆସିଥିଲା। ପୀଡ଼ିତା ଏବଂ ଅଭିଯୁକ୍ତ ଗୋଟିଏ ଗାଁର। ଅଭିଯୁକ୍ତକୁ ଗାଁର ଗୋଟିଏ ଗୋଷ୍ଠୀ ଜୋରଦାର ସ୍ୱାଗତ କରିବା ସହିତ ମିଠା ବାଣ୍ଚିଥିଲେ। ଯାହାକୁ ନେଇ ଯୁବତୀ ଏବଂ ଅଭିଯୁକ୍ତର ପରିବାର ଲୋକଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା।

୪ ଡିସେମ୍ୱର ଦିନ ମୁଖ୍ୟ ଅଭିଯୁକ୍ତ ଶୁଭମ ତାର ଏକ ସହଯୋଗୀର ଫୋନରୁ ପୀଡ଼ିତାଙ୍କ ଫୋନକୁ କଲ୍ କରିଥିଲା। ଅପରାହ୍ନ ୩ଟା ୧୦ ମିନିଟ ସମୟରେ ଶୁଭମ ପୀଡ଼ିତାଙ୍କୁ କଲ୍ କରିଥିଲା। ମାତ୍ର ୧୯ ସେକେଣ୍ଡର ଏହି ଫୋନ୍ କଲ୍ ଥିଲା ବୋଲି ଜଣାପଡ଼ିଛି। ଏହି ୧୯ ସେକେଣ୍ଡରେ ଅଭିଯୁକ୍ତ ଶୁଭମ ପୀଡ଼ିତାଙ୍କୁ କ’ଣ କହିଥିଲା ସେ ବାବଦରେ ତଦନ୍ତକାରୀ ଟିମ୍ ଖୋଳତାଡ କରୁଛି। ହେଲେ ଏହାର ପରଦିନ ସକାଳ ୫ଟା ୯ ମିନିଟ୍ ସମୟରେ ଶୁଭମ ଘରୁ ବାହାରି ଆସିଥିଲା। ଶୁଭମ ପୁଲିସରେ ଭର୍ତ୍ତି ହେବା ପାଇଁ ଇଚ୍ଛା ରଖିଥିଲା। ତେଣୁ ସେ ଏହି ସମୟରେ ପ୍ରତିଦିନ ଦୌଡ଼ିବାକୁ ଯାଏ ବୋଲି ପରିବାର ଲୋକେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ସକାଳ ସମୟରେ ପୀଡ଼ିତା ଜଣଙ୍କ ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ରାଏବରେଲି ଯିବାକୁ ରେଲଓ୍ୱେ ଷ୍ଟେସନକୁ ଆସିଥିଲା। ଏହି ସମୟରେ ଶୁଭମ ଏବଂ ତାର ୪ ସହଯୋଗୀ ତାଙ୍କ ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲେ। ପୀଡ଼ିତାଙ୍କ ଶରୀରରେ ଅଭିଯୁକ୍ତ ନିଆଁ ଲଗାଇ ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ମେଡିକାଲ ରିପୋର୍ଟରେ ଉଲ୍ଲେଖ ରହିଛି।

ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କ ଶରୀରରେ ନିଆଁ ଲଗାଯାଇଥିବା ସ୍ଥାନରୁ ତାଙ୍କର ଭ୍ୟାନିଟି ବ୍ୟାଗ, ମୋବାଇଲ ଏବଂ ପେଟ୍ରୋଲ ଓ କରୋସିନି ବୋତଲର ଆଙ୍ଗୁଳି ଚିହ୍ନ ଆଦିକୁ ଫରେନସିକ୍ ଟିମ୍ ଜବତ କରିଛି।

ଜଣେ ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି, ଅଭିଯୁକ୍ତ ଶୁଭମ ଏବଂ ପୀଡ଼ିତା ପ୍ରଥମେ ଭଲ ବନ୍ଧୁ ଥିଲେ। ଶୁଭମ ଯୁବତୀଙ୍କ ପାଇଁ ଫେସବୁକ ଆକାଉଣ୍ଟ ଖୋଲି ଚଳାଇବାକୁ ଦେଇଥିଲା। କିଛି ଦିନ ଯୁବତୀ ଜଣଙ୍କ ଫେସବୁକ ବ୍ୟବହାର କରିଥିଲେ। ଶୁଭମ ଫେସବୁକର ପାସଓ୍ୱାର୍ଡ ଜାଣିଥିବାରୁ ଯୁବତୀଙ୍କ ଚାଟିଂକୁ ଖୋଲି ପଢ଼ିଥିଲେ। ଏହାପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।



from Odisha Reporter https://ift.tt/2qFWwtT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages