ବିନିକା (ଦିଲୀପ ସାହୁ): ପୁଣି କାଳ ହେଲା ସେଲ୍ଫି ନିଶା। ରାମଦୋଳିରେ ବସି ସେଲଫି ନେବା ବେଳେ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ଜଗା ବାରିକ। ତାଙ୍କ ଘର ବୈରାଗୀମୁଣ୍ଡାରେ।
ସୂଚନା ଅନୁସାରେ, ଗତକାଲି ରାମପୁରରେ ଚାଲିଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ପଡ଼ିଥିବା ରାମଦୋଳିରେ ଜଗା ତାଙ୍କ ସାଙ୍ଗ ମାଧବ ଛତ୍ରିଆଙ୍କ ସହ ସେଲଫି ନେଉଥିଲେ। ତେବେ ଭାରସାମ୍ୟ ହରାଇ ଉଭୟ ଦୋଳି ଉପରୁ ତଳକୁ ଖସି ପଡ଼ିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରୁପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଜଗାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ପଠାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଗାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତାଙ୍କ ସାଙ୍ଗ ମାଧବ ଛତ୍ରିଆଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
from Odisha Reporter https://ift.tt/2YAzzoF
No comments:
Post a Comment