ଅଭୟାରଣ୍ୟରେ ଚାଲିଥିଲା ବେଆଇନ ନିର୍ମାଣ, ବିରୋଧ କରିବାରୁ ନିର୍ଧୂମ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ଅଭୟାରଣ୍ୟରେ ଚାଲିଥିଲା ବେଆଇନ ନିର୍ମାଣ, ବିରୋଧ କରିବାରୁ ନିର୍ଧୂମ ପିଟିଲେ

କୋଣାର୍କ(ସଞ୍ଜୟ ପତି): କୋଣାର୍କ-ପୁରୀ ବେଳାମାର୍ଗ ସଲଗ୍ନ ଅଭୟାରଣ୍ୟରେ ବେଆଇନ ପାର୍କିଂ ନିର୍ମାଣକୁ ବିରୋଧ କରିବାରୁ କୋଣାର୍କ ବନାଞ୍ଚଳ ଅଧିକାରୀଙ୍କୁ ଠେଲା ପେଲା ଓ ବନରକ୍ଷୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଅଭୟାରଣ୍ୟ ଆଇନକୁ ଉଲ୍ଲଘଂନ କରି ଗତକାଲି ଅପରାହ୍ନରେ କୋଣାର୍କ ପୁରୀ ବେଳାମାର୍ଗ ସଂଲଗ୍ନ ଅଭୟାରଣ୍ୟ ମଧ୍ୟରେ ମୋରମ ପକାଇ ବେଆଇନ ଭାବେ ପାର୍କିଂ ନିର୍ମାଣ କାମ ଚାଲିଥିଲା। ଖବର ପାଇ କୋଣାର୍କ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା ଓ ବନରକ୍ଷୀ ରବି ସ୍ଵାଇଁ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିଲେ।

ଏଥିସହ ସେଠାରେ କାର୍ଯ୍ୟରେ ନିଯୋଜିତ ଏକ ଜେସିବି ମେସିନ ଜବତ କରି ଜଣକୁ ଅଟକ ରଖିଥିଲେ। ଏହି ଖବର ପ୍ରଚାରିତ ହେବା ପରେ କୋଣାର୍କ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭକ୍ତ ବଲ୍ଲଭ ଦାସ ଓ ତାଙ୍କର ୬ରୁ  ଊର୍ଦ୍ଧ୍ୱ ସମର୍ଥକ ବନାଞ୍ଚଳ ଅଧିକାରୀଙ୍କୁ ଠେଲାପେଲା କରିବା ସହ ତାଙ୍କ ହାତ ଘଣ୍ଟାକୁ ଛିଣ୍ଡାଇ ଦେଇଥିଲେ। ଏଥିସହ ସେମାନେ ବନରକ୍ଷୀ ରବି ସ୍ଵାଇଁଙ୍କୁ ନିର୍ଧୂମ  ମାଡ଼ ମାରି ତାଙ୍କ ଜ୍ୟାକେଟ ଚିରି ଦେଇଥିବା ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି ।

ତେବେ ଇକୋ ରିଟ୍ରିଟରେ ପାର୍କିଂ ସମସ୍ୟା ପାଇଁ ଏଡିଏମ, ଡିଏସପି ଓ ସାମୁଦ୍ରିକ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ପାର୍କିଂ ନିର୍ମାଣ କାର୍ଯ୍ୟ ଚାଲୁଥିବା କହିଛନ୍ତି ସରପଞ୍ଚ ଭକ୍ତ ବଲ୍ଲଭ ଦାଶ। ତେବେ ହଠାତ ବନ ବିଭାଗ ଅଧିକାରୀ ତାଙ୍କ କର୍ମଚାରୀଙ୍କୁ ମାଡ ମାରି ଜେସିବ ମେସିନ ନେଇଯାଇଥିବା ଥାନାରେ ଓଲଟା ଅଭିଯୋଗ କରିଛନ୍ତି ସରପଞ୍ଚ ।

ପ୍ରଶ୍ନ ଉଠୁଛି, ଅଭୟାରଣ୍ୟ ଜମିରେ ବନ ବିଭାଗ ଉଚ୍ଚପଦସ୍ତ ଅଧିକାରୀଙ୍କ ଅଜଣାତରେ ଏଭଳି ନିର୍ମାଣ ପାଇଁ କିଏ ଓ କାହିଁକି ଅନୁମତି ଦେଲା? ତେବେ ଏ ସମ୍ପର୍କରେ ଚନ୍ଦ୍ରଭାଗା ପୁଲିସ୍‌ର ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ପୁଲିସ୍‌ ଅଧିକାରୀଙ୍କ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ।



from Odisha Reporter https://ift.tt/35gsFqp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages