ଭିଜିଲାନ୍ସ ଜାଲରେ କିରାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ଭିଜିଲାନ୍ସ ଜାଲରେ କିରାଣି

କଳାହାଣ୍ଡି(ରାଜ କୁମାର ସିଂଦେବ): ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା କଳାହାଣ୍ଡି  ଜିଲ୍ଲାର ଜଣେ ସରକାରୀ କର୍ମଚାରୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । କଳାହାଣ୍ଡି DRDAରେ ହେଡ କ୍ଲର୍କ ଭାବେ କାର୍ଯ୍ୟରତ ହରପ୍ରସାଦ ଆଚାରୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ଆସିଥିବା ବେଳେ ଆଜି ତାଙ୍କ ବାସଭବନରେ ଚଢ଼ଉ ହୋଇଥିବା ଜଣାଯାଇଛି।

ହରପ୍ରସାଦଙ୍କ  ଭବାନୀପାଟଣା ରାମନଗରପଡାସ୍ଥିତ ଘର, ମନ୍ଦାର ବଗିଚା ପଡାରେସ୍ଥିତ ପୈତୃକ ଘର  ଓ ଅଫିସ୍‌ରେ ମଧ୍ୟ ଚଢ଼ଉ ଚାଲିଛି। କୋରାପୁଟ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍‌ ଏହି ଚଢ଼ଉ କରୁଥିବା ଜଣାଯାଇଛି। ଅଦ୍ୟାବଧି ତାଙ୍କର ଏକ ୩ ମହଲା ବିଶିଷ୍ଟ ଘର ଥିବା ଜଣା ପଡ଼ିଥିବା ବେଳେ ଅନ୍ୟ ସବୁ ଜିନିଷ ଆକଳନ ଚାଲିଥିବା କହିଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀ।

 



from Odisha Reporter https://ift.tt/2rLdfN4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages