ବଲିଉଡ୍‌ ଫିଲ୍ମରେ କାମ କରିବେ ରକ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ବଲିଉଡ୍‌ ଫିଲ୍ମରେ କାମ କରିବେ ରକ୍ !

ମୁମ୍ବାଇ: ହଲିଉଡ୍‌ ଅଭିନେତା ତଥା ପୂର୍ବତନ ରେସ୍‌ଲର୍‌ ଡ୍ୱେନ୍‌ ଜନ୍‌ଶନ୍‌ ଭାରତରେ ବି ଲୋକପ୍ରିୟ। ଏଠାରେ ବି ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ‘ଦି ରକ୍‌’ ଭାବେ ବେଶ୍ ଜଣାଶୁଣା ଏହି କଳାକାର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବି ବେଶ୍ ପସନ୍ଦ କରନ୍ତି। ଏକଥା ସେ ନିଜେ କହିଛନ୍ତି। ଏମିତିକି ସୁଯୋଗ ମିଳିଲେ ସେ ବଲିଉଡ୍‌ ଫିଲ୍ମରେ ଅଭିନୟ କରିବା ପାଇଁ ବି ଆଗ୍ରହୀ ବୋଲି କହିଛନ୍ତି।

 

ନିଜର ଅପକମିଂ ଫିଲ୍ମ ‘ଜୁମାଞ୍ଜୀ: ଦ ନେକ୍ସଟ୍ ଲେଭଲ୍’ର ପ୍ରମୋସନ କରିବା ସମୟରେ ଏକ ସାକ୍ଷାତ୍‌କାରରେ ରକ୍‌ କହିଥିଲେ, “ଭାରତରେ ମୋର ଅନେକ ପ୍ରଶଂସକ ଅଛନ୍ତି। ବଲିଉଡ୍‌ ଓ ଏହାର ଇତିହାସକୁ ମୁଁ ସମ୍ମାନ କରେ। ହୋଇପାରେ ଆପଣ ମୋତେ ଦିନେ ବଲିଉଡ୍‌ ଫିଲ୍ମରେ ଦେଖିପାରନ୍ତି। ମୁଁ ବଲିଉଡ୍‌ର କୌଣସି ଆକ୍ସନ ଫିଲ୍ମରେ ଅଭିନୟ କଲେ ମଜା ଆସିବ।”

ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ବରୁଣ ଧୱନଙ୍କ ସହିତ ରକ୍‌ ସୋଶାଲ୍ ମିଡିଆ ମାଧ୍ୟମରେ ଯୋଗାଯୋଗରେ ରହନ୍ତି। ଏହି ସାକ୍ଷାତକାରରେ ସେ ବରୁଣଙ୍କ ସମ୍ପର୍କରେ ମଧ୍ୟ କହିଥିଲେ। ରକ୍ କହିଥିଲେ, “ବରୁଣ ମୋର ଜଣେ ବଡ଼ ପ୍ରଶଂସକ। ମୁଁ ତାଙ୍କ ସହ ସୋଶାଲ୍‌ ମିଡିଆରେ ଅନେକ ଥର କଥା ହୋଇଛି। ମୁଁ ଏହା ମଧ୍ୟ ଜାଣିଛି ଯେ ସେ ଭାରତର ଜଣେ ବଡ଼ ଷ୍ଟାର୍।”

ରକ୍‌ଙ୍କ ସହିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୟ କରିଛନ୍ତି।  ହଲିଉଡ୍‌ ଫିଲ୍ମ ‘ବେୱାଚ୍‌‘ରେ ପ୍ରିୟଙ୍କା ତାଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ। ରକ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଜୁମାଞ୍ଜୀ: ଦ ନେକ୍ସଟ ଲେଭଲ୍’ ଡିସେମ୍ବର ୧୩ରେ ଭାରତରେ ରିଲିଜ୍‌ ହେବ। ଏହି ଫିଲ୍ମଟିକୁ ଇଂରାଜୀ, ହିନ୍ଦୀ, ତେଲୁଗୁ ଓ ତାମିଲ୍‌ ଭାଷାରେ ରିଲିଜ୍‌ କରାଯିବ। ରକ୍‌ ଏଥିରେ ଅଭିନୟ କରିବା ସହ ଏହାକୁ ପ୍ରଡ୍ୟୁସ୍‌ ମଧ୍ୟ କରିଛନ୍ତି।

 



from Odisha Reporter https://ift.tt/2PvOoo5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages