ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଆଜି ସକାଳେ ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀର MIG-51 ଭଡ଼ା ଘରୁ ଜଣେ ସିନିୟର ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ଆର. ରଞ୍ଜିତା ରାଓ। ସେ ଅଶୋକ ନଗରସ୍ଥିତ ୟୁକୋ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବେ କାମ କରୁଥିଲେ।

ରଞ୍ଜିତାଙ୍କୁ ପାଖାପାଖି ୩୨ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ ଗତ ୮ ବର୍ଷ ହେବ ଚାକିରି କରୁଥିଲେ। ତେବେ ୨ ବର୍ଷ ହେଲା ସେ ୟୁକୋ ବ୍ୟାଙ୍କର ଅଶୋକ ନଗର ଶାଖାରେ କାମ କରୁଥିଲେ।  ସେ ବାହା ହୋଇ ନଥିଲେ। ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଏଠାରେ ତାଙ୍କ ବାପାମା’ଙ୍କ ସହିତ ଭଡ଼ା ଘରେ ରହୁଥିଲେ। ତାଙ୍କ ମା’ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ତାଙ୍କ ବାପା ବି ଚାକିରି କରୁଥିଲେ।

ରଞ୍ଜିତା ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଅଫିସ୍‌ରୁ ଘରକୁ ଫେରିଥିଲେ। ରାତିରେ ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ପରିବାର ଲୋକେ। ଏହାଦେଖି ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

ରଞ୍ଜିତାଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ଶାରୀରିକ ଭାବେ ଭାରି ଦୁର୍ବଳ ହୋଇଯାଇଥିଲେ। ବିଶେଷ ଖିଆପିଆ କରୁ ନଥିଲେ। ଏଥିପାଇଁ କିଛି ଦିନ ତଳେ ଚେତା ହରାଇ ପଡ଼ିଯାଇଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ମାନସିକ ସ୍ତରରେ ଭାରି ଦୃଢ଼ ଥିଲେ। ଗତକାଲି ତାଙ୍କ ବ୍ୟବହାରରେ ବି ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା। ସେ କେଉଁ କାରଣରୁ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଲେ, ତାହା ସେମାନଙ୍କୁ ବି ଜଣାନାହିଁ ବୋଲି ତାଙ୍କ ବାପା କହିଛନ୍ତି।

ରଞ୍ଜିତା କେବେ ଅଫିସ୍‌ର ଚାପ ଅବା ଅନ୍ୟ କୌଣସି କଥା, ଯାହା ତାଙ୍କୁ ଅସନ୍ତୁଷ୍ଟ କରୁଛି, ସେ ବିଷୟରେ ଘରେ କିଛି ଆଲୋଚନା କରି ନାହାନ୍ତି ବୋଲି ତାଙ୍କ ବାପା କହିଛନ୍ତି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

 



from Odisha Reporter https://ift.tt/33LRDNj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages