ନୂଆ ଚାକିରିରେ ଯୋଗ ଦେବାକୁ ଯାଉଥିଲେ, ପିଟିଦେଲା ହାଇୱା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ନୂଆ ଚାକିରିରେ ଯୋଗ ଦେବାକୁ ଯାଉଥିଲେ, ପିଟିଦେଲା ହାଇୱା

ଭଦ୍ରକ (ପାର୍ଥସାରଥି ନାୟକ): ନୂଆ ଚାକିରିରେ ଯୋଗ ଦେବାକୁ ଘରୁ ବାହାରିଥିଲେ। ଭଦ୍ରକରେ ପହଞ୍ଚିବା ପରେ ସେଠାରୁ ଢେଙ୍କାନାଳ ଯାଇଥା’ନ୍ତେ ଓ ଚାକିରିରେ ଯୋଗ ଦେଇଥା’ନ୍ତେ। ହେଲେ ସେ ଭଦ୍ରକ ଯାଏ ପହଞ୍ଚି ପାରିଲେ ନାହିଁ। ବାଟରେ ପିଟି ଦେଲା ହାଇୱା। ଆଉ ଘଟଣାସ୍ଥଳରେ ଚାଲିଗଲା ତାଙ୍କ ଜୀବନ।

ମୃତ ଯୁବକଙ୍କ ନାଁ ରାଜେନ୍ଦ୍ର କୁମାର ସାହୁ (୨୩)। ତାଙ୍କ ଘର ଭଦ୍ରକ ବ୍ଲକ୍ ଅନ୍ତର୍ଗତ ନୂଆଶାସନ ଅଞ୍ଚଳରେ। ଏହି ଦୁର୍ଘଟଣାରେ ନିରଞ୍ଜନ ତ୍ରିପାଠୀ ନାମକ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଘର ବି ସେହି ନୂଆଶାସନ ଅଞ୍ଚଳରେ।

ସୂଚନା ଅନୁଯାୟୀ, ଆଜି ସକାଳେ ଏ ଦୁହେଁ ଏକ ବାଇକ୍ ଯୋଗେ ଭଦ୍ରକ ଅଭିମୁଖେ ଆସୁଥିଲେ। ତେବେ ପ୍ରାୟ ସାଢ଼େ ୬ଟା ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଏକ ହାଇୱା ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ରାଜେନ୍ଦ୍ରଙ୍କର ସେଠାରେ ମୃତ୍ୟୁ ଘଟିଥିବା ବେଳେ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟ୍ରମାକେୟାରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2YiWfJH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages