ପିକ୍‌ନିକ୍‌ରୁ ଫେରି ୯୦ ଛାତ୍ରଛାତ୍ରୀ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 19, 2019

ପିକ୍‌ନିକ୍‌ରୁ ଫେରି ୯୦ ଛାତ୍ରଛାତ୍ରୀ ଅସୁସ୍ଥ

ଆଠଗଡ଼( ନିଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକ୍‌ନିକ୍‌  କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଖାଦ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବା ଡାକ୍ତର କହିଛନ୍ତି ।

 ଅସୁସ୍ଥଙ୍କ ମଧ୍ୟରୁ  ମାଧପୁର ଓ ଆଠଗଡ଼ ମେଡିକାଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି ।  ଖୁଣ୍ଟୁଣି ଆଖପାଖର  ୭୦ରୁ ଅଧିକ ପିଲାଙ୍କୁ ଖୁଣ୍ଟୁଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିଛି ପିଲାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପରିଦର୍ଶନ ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି  ।



from Odisha Reporter https://ift.tt/34FOxe8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages