ଅଭିଜିତ ଧୋତି ପାଇଜାମା, ସ୍ତ୍ରୀ ଏଷ୍ଟର ଶାଢ଼ୀ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 10, 2019

ଅଭିଜିତ ଧୋତି ପାଇଜାମା, ସ୍ତ୍ରୀ ଏଷ୍ଟର ଶାଢ଼ୀ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ

ନୂଆଦିଲ୍ଲୀ: ସ୍ୱିଡେନରେ ନୋବେଲ ପୁରସ୍କାର ଗ୍ରହଣ କରିବାବେଳେ ନିଜର ମୂଳ ପରମ୍ପରାକୁ ଅଗ୍ରାଧୀକାର ଦେଇଛନ୍ତି ନୋବେଲ ପୁରସ୍କାର ପ୍ରାପ୍ତ ଅଭିଜିତ୍ ବାନାର୍ଜୀ। ସ୍ୱିଡେନରେ ନୋବେଲ ପୁରସ୍କାର ଗ୍ରହଣ କରିବା ବେଳେ ଅଭିଜିତ ଧୋତି ଓ ପାଇଜାମା ପିନ୍ଧି ପୁରସ୍କାର ଗ୍ରହଣ କରିଛନ୍ତି। ଧୋତି ଓ ପାଇଜାମା ହେଉଛି ଭାରତୀୟ ପୁରୁଷଙ୍କ ପାରମ୍ପରିକ ପୋଷାକ।

ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ କରିବାକୁ କରୁଥିବା ଲଢ଼େଇ ପାଇଁ ମୋଟ ତିନି ଜଣଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିଛି। ଅଭିଜିତଙ୍କ ଏହି ଗବେଷଣାରେ ସାମିଲ୍ ଥିବା ଅନ୍ୟ ଜଣେ ହେଉଛନ୍ତି ତାଙ୍କ ସ୍ତ୍ରୀ ଏଷ୍ଟର ଡୁଫ୍ଲୋ ଯିଏ କି ଭାରତୀୟ ନାରୀଙ୍କ ପାରମ୍ପରିକ ପ୍ରତିକ ଶାଢ଼ୀ ପିନ୍ଧି ଏହି ପୁରସ୍କାର ଗ୍ରହଣ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ମାଇକେଲ କ୍ରେମର କଳା ରଙ୍ଗର ସୁଟ୍ ପିନ୍ଧି ପୁରସ୍କାର ଗ୍ରହଣ କରିଥିଲେ।

ନୋବେଲ ପୁରସ୍କାର ସାଙ୍ଗକୁ ଏହି ନିତି ଜଣଙ୍କୁ ୬.୭ କୋଟି ଟଙ୍କା ଆର୍ଥିକ ରାଶି ମିଳିଛି। ଅଭିଜିତ ଏବଂ ତାଙ୍କ ସ୍ତ୍ରୀ ଏହି ଗବେଷଣା ପାଇଁ ମିଳିଥିବା ଆର୍ଥିକ ରାଶିକୁ ଦାନ କରିବା ସହିତ ଆଗାମୀ ଦିନରେ ଗବେଷଣାରେ ଖର୍ଚ୍ଚି କରିବେ ବୋଲି ଘୋଷଣା କରିଛନ୍ତି।

ଅଭିଜିତ ଏବେ ଆମେରିକାର ନାଗରିକ। ୧୯୬୧ ମସିହା ଫେବୃଆରୀ ୨୧ରେ କୋଲାକାତାରେ ଜନ୍ମ ଗ୍ରହଣ କରିଥିଲେ। କୋଲକାତାର ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟ ଏବଂ ଜେଏନ୍‌ୟୁରେ ସେ ପାଠ ପଢ଼ିଥିଲେ। ଏହାପରେ ସେ ୧୯୮୮ ମସିହାରେ ହାର୍ବାର୍ଡା ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ।

ତାଙ୍କ ସ୍ତ୍ରୀ ଏଷ୍ଟର ଡୁଫ୍ଲୋ ୧୯୭୨ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଅଭିଜିତଙ୍କ ଭଳି ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ସେ ମଧ୍ୟ ଏମଆଇଟି ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ପ୍ରଫେସର ରହିଛନ୍ତି।

ସେହିପରି ଅଭିଜିତଙ୍କ ଗବେଷଣା ଟିମରେ ସାମିଲ୍ ଥିବା ଅନ୍ୟଜଣେ ହେଉଛନ୍ତି ମାଇକେଲ କ୍ରେମର। ଆମେରିକାର ଏହି ନାଗରିକ ହାଓ୍ୱାର୍ଡ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରହିଛନ୍ତି।



from Odisha Reporter https://ift.tt/38wBkYD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages