ଘରକୁ ଫେରିଲେ ଲତା; ଟ୍ୱିଟ୍‌ କରି କ’ଣ କହିଲେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

ଘରକୁ ଫେରିଲେ ଲତା; ଟ୍ୱିଟ୍‌ କରି କ’ଣ କହିଲେ ପଢ଼ନ୍ତୁ

ମୁମ୍ବାଇ: ୨୮ ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍‌। ରବିବାର ଘରକୁ ଫେରି ଲତା ଦିଦି ସୋଶାଲ୍ ମିଡିଆ ଯୋଗେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ଥିବା ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ନମସ୍କାର। ଗତ ୨୮ ଦିନ ଧରି ମୁଁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଥିଲି। ମୋତେ ନିମୋନିଆ ହୋଇଥିଲା। ଡାକ୍ତର ଚାହୁଁଥିଲେ ଯେ ମୁଁ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇଗଲା ପରେ ହିଁ ଘରକୁ ଫେରେ। ଆଜି ମୁଁ ଘରକୁ ଫେରିଛି। ଭଗବାନ, ମାଇ-ବାବାଙ୍କ ଆଶୀର୍ବାଦ ଓ ଆପଣ ସମସ୍ତଙ୍କ ଭଲପାଇବା ଏବଂ ପ୍ରାର୍ଥନା ଯୋଗୁ ମୁଁ ଆଜି ସୁସ୍ଥ ହୋଇପାରିଛି। ମୁଁ ଆପଣ ସମସ୍ତଙ୍କ ନିକଟରେ ହୃଦୟରୁ କୃତଜ୍ଞ।’

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୧ରେ ହଠାତ୍‌ ଲତାଙ୍କୁ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ତେଣୁ ତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏ ଖବର ପାଇବା ପରେ ସାରା ଦେଶର ଲୋକେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ତାଙ୍କୁ ଭେଟିବାକୁ ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ। ଅସୁସ୍ଥ ହେବା ପୂର୍ବରୁ ସେପ୍ଟେମ୍ବର ୨୮ ତାରିଖରେ ଲତା ଦିଦି ତାଙ୍କର ୯୦ ତମ ଜନ୍ମଦିନ ପାଳିଥିଲେ।

 



from Odisha Reporter https://ift.tt/3446djB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages