ଲଞ୍ଚ୍‌ ହେଲା Nokia 2.3 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

ଲଞ୍ଚ୍‌ ହେଲା Nokia 2.3

ନୂଆଦିଲ୍ଲୀ: Nokia 2.3 ଲଞ୍ଚ୍‌ ହୋଇଯାଇଛି। ଏହାକୁ ଇଜିପ୍ଟର ରାଜଧାନୀ କାଇରୋ ଠାରେ ଲଞ୍ଚ୍‌ କରାଯାଇଛି। ଏହି ଫୋନ୍‌କୁ କମ୍ପାନୀ କ୍ୟାମେରା ଓ ଏଣ୍ଟରଟେନମେଣ୍ଟ୍‌ ଫୋକସ୍ଡ ଫୋନ୍‌ ବୋଲି କହିଛି। ଏଥିରେ ଡେଡିକେଟେଡ୍‌ ଗୁଗଲ୍‌ ଆସିଟାଣ୍ଟ ବଟନ୍‌ ବି ଦିଆଯାଇଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୮ ହଜାର ୬୦୦ ଟଙ୍କା ରହିଛି। ତେବେ ନୋକିଆ ଇଣ୍ଡିଆର ୱେବ୍‌ସାଇଟ୍‌ରେ ଏହି ଫୋନ୍‌ର ମୂଲ୍ୟ ୫ ହଜାର ୯୯୯ ଟଙ୍କା ରଖାଯାଇଛି। ଏହାର ବିକ୍ରି ଚଳିତ ମାସରେ ହିଁ ଆରମ୍ଭ ହେବ। କିନ୍ତୁ ଭାରତରେ ଏହା କେବେ ଉପଲବ୍ଧ ହେବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 Nokia 2.3 ଫିଚର୍:

  • ଡିସ୍‌ପ୍ଲେ ସାଇଜ୍‌: ୬.୨ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି (1080×2340 ପିକ୍ସେଲ୍ନ୍) ଇନ୍‌-ସେଲ୍ ଡିସ୍‌ପ୍ଲେ
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ ୯ ପାଇ ୱିଥ୍‌ ଆଣ୍ଡ୍ରଏଡ୍‌ ୧୦ ସପୋର୍ଟ
  • ପ୍ରୋସେସର୍: କ୍ୱାଡ୍-କୋର MediaTek Helio A22
  • ରାମ୍: 2 GB
  • ଷ୍ଟୋରେଜ୍: 32 GB, ତେବେ 400 GB ପର୍ଯ୍ୟନ୍ତ ବଢ଼ାଯାଇପାରିବ
  • ରିୟର କ୍ୟାମେରା: 13 MP ପ୍ରାଇମ୍‌ କ୍ୟାମେରା + 2 MP ଡେପ୍‌ଥ ସେନ୍‌ସର୍‌
  • ଫ୍ରଣ୍ଟ୍‌ କ୍ୟାମେରା: 5 MP
  • ବ୍ୟାଟେରୀ: 4000mAh
  • କଲର୍ ଅପସନ୍: ଚାର୍‌କୋଲ୍, ସିୟାନ୍‌ ଗ୍ରୀନ୍ ଓ ସ୍ୟାଣ୍ଡ୍‌ କଲର୍

 



from Odisha Reporter https://ift.tt/34YPDTr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages