ଟ୍ରାଫିକ୍ ନିୟମ ପରିସରଭୁକ୍ତ ନୁହଁନ୍ତି ବିଜେଡି ନେତା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ଟ୍ରାଫିକ୍ ନିୟମ ପରିସରଭୁକ୍ତ ନୁହଁନ୍ତି ବିଜେଡି ନେତା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ୱର ୨୬ ତାରିଖ ଦିନ ଭୁବନେଶ୍ୱରରେ ଟ୍ରାଫିକ୍ ପୁଲିସ ଶୋଇପଡ଼ିଥିଲେ। ଏହା ଆପଣମାନେ ବୋଧହୁଏ ଜାଣିନଥିବେ। କିନ୍ତୁ ଏହା ପାଖାପାଖି ସତ। ଏହି ତାରିଖରେ ଶାସକ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଥିଲା। ତେଣୁ ଟ୍ରାଫିକ ପୁଲିସ ବୋଧୁଏ ଶୋଇଯାଇଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ନେତାମାନେ ବାଇକ ରାଲି କରିଥିଲେ। ଆଉ ବାଇକ ଚଲାଉଥିବା କୌଣସି ବିଜେଡି ନେତା ହେଲମେଟ ପିନ୍ଧିନଥିଲେ। ବିନା ହେଲମେଟରେ ବାଇକ୍‌ ଚଳେଇ ବିଜେଡି ଜିନ୍ଦାବାଦ, ନବୀନ ବାବୁ ଜିନ୍ଦାବାଦ ନାରା ଦେଇ ଶାସକ ଦଳ ନିଜର ଦମ୍ଭ ଦେଖାଇଛି।

ରାସ୍ତାରେ ଯିଏ ଟ୍ରାଫିକ୍ ଆଇନକୁ ଉଲ୍ଲଂଘନ କରିବ ସେ ଆଇନ ଅନୁସାରେ ଦଣ୍ଡିତ ହେବେ। ଏହି ଆଇନରୁ କୌଣସି ନେତା, ସାମ୍ୱାଦିକ, ଅଭିନେତା, ଜନତା ବର୍ତ୍ତିପାରିବେ ନାହିଁ। କମିଶନରେଟ ପୁଲିସର ମୁଖ୍ୟ ସୁଧାଂଶୁ ଷଡ଼ଙ୍ଗୀ ପ୍ରେସ କନଫରେନସ କରି ଏଭଳି କଡ଼ା ନିର୍ଦ୍ଦେଶ ଦେଇଥିଲେ।

ନିକଟରେ ଓଲିଉଡ଼ର ଚକଲେଟ ବୟ ବାବୁସାନ୍ ମହାନ୍ତି ବିନା ହେଲମେଟରେ ଗାଡ଼ି ଚାଳଉଥିଲେ। ଏ ନେଇ ବାବୁସାନ ଏକ ଭିଡିଓ ପୋଷ୍ଟ କରିଥିଲେ ନିଜ ସୋଶାଲ ମିଡିଆରେ। ଆଉ ଏହି ପୋଷ୍ଟକୁ କମିଶନରେଟ ପୁଲିସ ଏବଂ ଟ୍ରାଫିକକୁ ଟୁଇଟ କରିବା ପରେ ସଙ୍ଗେସଙ୍ଗେ ବାବୁସାନଙ୍କ ନାମରେ ଚାଲାଣ କଟାଯାଇଥିଲା। ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍‌ ନିୟମ ମାନିବାକୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ଯାହାକି ଭୁବନେଶ୍ୱରରେ ଟ୍ରାଫିକ୍ ପୁଲିସ କେତେ ସକ୍ରିୟ ଦର୍ଶାଇଥିଲା।

ଟ୍ରାଫିକ ଆଇନକୁ କଡ଼ାକଡ଼ି କରିବାକୁ ଯାଇ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି। ଯାହାକି ଭଲ କଥା। ଏହାଦ୍ୱାରା ଲୋକମାନେ ମଧ୍ୟ ହେଲମେଟ ପିନ୍ଧିବା ଓ ଆଇନକୁ ସମ୍ମାନ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ତେବେ ବିଜେଡି ନେତାମାନେ ରାଲି ବେଳେ ବିନା ହେଲମେଟରେ ଗାଡ଼ି ଚଲାଉଥିବାର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏବେ ପୁଲିସ ବିଜେଡି ନେତାଙ୍କୁ ସମାନ ଆଇନ ଆଖିରେ ଦେଖୁଛି କି ଶାସକ ଦଳର ନେତାଙ୍କର ସାତ୍ ଖୁଣ୍ ମାଫ୍ ନ୍ୟାୟରେ କ୍ଷମା ଦେଉଛି ତାହା ଦେଖିବାକୁ ବାକି ରହିଲା। ଯଦି ରାଲି ବେଳେ ହେଲମେଟ ନପିନ୍ଧିଲେ ଚଳିବ ତାହେଲେ ସରକାର ଓ ପୁଲିସ ମଧ୍ୟ ପ୍ରେସ କନଫରେନସ କରି ସ୍ପଷ୍ଟୀକରଣ ଦେବାର ଆବଶ୍ୟକ ରହିଛି।

ଆଇନ ଆଧାରରେ ଦୋଷୀ ସମସ୍ତେ ସମାନ। ଦୋଷୀ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇଏ ହେଉଛି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ଓ ଅଭିଯୁକ୍ତଙ୍କ ବାବଦରେ ପ୍ରତିକ୍ରିୟା। ହେଲେ ମୁଖ୍ୟମନ୍ତ୍ରୀଙ୍କର ଏହି କଡ଼ା ନିର୍ଦ୍ଦେଶକୁ ରାଜ୍ୟ ପୁଲିସ ମାନୁନଥିବା ଦେଖିବାକୁ ମିଳିଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଇଛି ରାଜ୍ୟ ପୁଲିସ ଓ ଟ୍ରାଫିକ ପୁଲିସ୍। ଆଉ ତାଙ୍କ ଦଳର ନେତା ଓ କର୍ମୀ ବି। ସେ କିଛି ଦେଖୁ ନାହାନ୍ତି। 

ଖାଲି ଏତିକି ନୁହେଁ ୫-ଟି ଶାସନ ପାଇଁ ରାଜ୍ୟ ସରକାର ଦେଶ ଓ ଜାତିସଂଘରେ ପ୍ରଶଂସା ସାଉଁଟିଥିବା ବେଳେ ରାଜଧାନୀରେ କିଭଳି ୫-ଟି ଚାଲିଛି ତାହା ଡିସେମ୍ୱର ୨୬ ତାରିଖରେ ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2F5PUbH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages