ବିକ୍ରମକୁ ଠାବ କଲା ନାସା, ଜାରି କଲା ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ବିକ୍ରମକୁ ଠାବ କଲା ନାସା, ଜାରି କଲା ଫଟୋ

ୱାଶିଂଟନ୍‌: ନାସାର ଅର୍ବିଟର ସ୍ୟାଟେଲାଇଟ୍‌ ଭାରତର ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ଠାବ କରିପାରିଛି। ଗତ ସେପ୍ଟେମ୍ବରରେ ଅଳ୍ପକେ ସବଫଳତାର ଶେଷ ସ୍ପର୍ଶ ପୂର୍ବରୁ ଧ୍ୱଂସ ପାଇଯାଇଥିବା ବିକ୍ରମ କ୍ରାଶ୍‌ କରିଥିବା ସ୍ଥାନକୁ ବା ଇମ୍ପାକ୍ଟ ସାଇଟ୍‌କୁ ଠାବ କରିପାରିଛି ନାସା । ଗତ ୨ ତାରିଖରେ ନାସା ପକ୍ଷରୁ ଏହି ସୂଚନା ଦିଆଯାଇଛି।


ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ବେଶ୍‌ କିଛି କିଲୋମିଟର ପରିବ୍ୟାପ୍ତ ଏହି ଅଞ୍ଚଳରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡ଼ିଛି। ମୁଖ୍ୟ ଲ୍ୟାଣ୍ଡିଂ ସ୍ଥଳଠାରୁ ୭୫୦ ମିଟର ଦୂରରେ ପଡ଼ିଥିବା ଏକ ଧ୍ୱଂସାବଶେଷ ପ୍ରଥମେ ଠାବ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସରେ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଚନ୍ଦ୍ରଯାନ-୨ ସେଠାରେ ସଫ୍ଟଲ୍ୟାଣ୍ଡିଂ କରିବାର ଥିଲା। ଏହାଫଳରେ ଆମେରିକା, ରୁଷ୍ ଏବଂ ଚାଇନା ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ଗୌରବ ହାସଲ କରିଥା’ନ୍ତା। କିନ୍ତୁ ଶେଷ ମୁହୂର୍ତ୍ତରେ ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବାର ୨.୧ କିଲୋମିଟର ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ପ୍ରକୃତ ଘଟଣା କିଛି ଜଣାପଡ଼ିନଥିଲା। ପରେ ଇସ୍ରୋ ଏହାକୁ ଠାବ କରିପାରିଥିଲେ ମଧ୍ୟ ଯୋଗାଯୋଗ କରିବାରେ ସମର୍ଥ ହୋଇନଥିଲା। ଏହି ଲ୍ୟାଣ୍ଡରର ସ୍ଥିତି ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶ କେନ୍ଦ୍ରକୁ ଯୋଗାଯୋଗ କରାଯାଇଥିଲା।



from Odisha Reporter https://ift.tt/3629BNn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages