ମେଳି କଲେ, ଗର୍ଜିଲେ ସ୍ୱାଭିମାନ ଅଞ୍ଚଳବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ମେଳି କଲେ, ଗର୍ଜିଲେ ସ୍ୱାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ସରକାର ବିରୋଧରେ ମେଳି କରିବା ସହ ଗର୍ଜିଛନ୍ତି ସ୍ୱାଭିମାନ ଅଞ୍ଚଳର ଶହ ଶହ ଆଦିବାସୀ । ନିଜର ୩୧ ଦଫା ଦାବିକୁ ନେଇ ବାରମ୍ବାର ଦାବୀ କରୁଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ଦ୍ୱାରା ଦାବି ପୂରଣ କରୁନଥିବାରୁ ଗତକାଲି ଅପରାହ୍ନରେ ମାଲକାନଗିରି ଜିଲ୍ଲା ଯୋଡ଼ାମ୍ଭ ପଞ୍ଚାୟତର ହନ୍ତାଳଗୁଡାଠାରେ ବହୁ ସଂଖ୍ୟାରେ ଆଦିବାସୀ ଏକଜୁଟ ହୋଇଥିଲେ। ସ୍ୱାଭିମାନ ଅଞ୍ଚଳରେ ଥିବା ସାତଟା ପଞ୍ଚାୟତବାସୀ ଏକତ୍ରିତ ହୋଇ ସରକାର ବିରୋଧରେ ନାରା ଦେଇଥିଲେ।

ସେମାନଙ୍କର ୩୧ଦଫା ଦାବୀ ପୂରଣ କରିବା ପରିବର୍ତ୍ତେ ହନ୍ତାଳଗୁଡାଠାରେ କାହିଁକି ନୂତନ ବିଏସଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯିବ ବୋଲି ପ୍ରଶ୍ନ କରିଥିଲେ।  ଏହାବ୍ୟତୀତ ହନ୍ତାଳଗୁଡ଼ାରେ ମୁଖ୍ୟ ରାସ୍ତା ନିର୍ମାଣ କରିବା ପୂର୍ବରୁ  ପଞ୍ଚାୟତଗୁଡ଼ିକର  ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଗୁଡିକ ପ୍ରଥମେ ନିର୍ମାଣ  ନିମନ୍ତେ ଦାବି ଜଣାଇଥିଲେ। ସରକାର ଏହି ସବୁ ଦାବି ପ୍ରତି ଧ୍ୟାନ ନ ଦେଲେ ଆଗକୁ ହନ୍ତାଳଗୁଡ଼ା ରାସ୍ତା ଅବରୋଧ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି  ସ୍ୱାଭିମାନ ଅଞ୍ଚଳବାସୀ। ଏହାବ୍ୟତୀତ ହନ୍ତାଳଗୁଡ଼ାରେ ନୂତନ ବିଏସଏଫ୍‌ କ୍ୟାମ୍ପ ବନ୍ଦ କରାଯାଉ ଓ ବିଏସଏଫ୍‌ ଯବାନଙ୍କ କୁମ୍ବିଂ ଅପେରସନ ବନ୍ଦ  କରା ନ ଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ।

ଦୀର୍ଘ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମେଳି କରିବା ପରେ ରାଲିରେ ଆନ୍ଦୋଳନକାରୀ ହନ୍ତାଳଗୁଡ଼ା ପରିକ୍ରମା କରିଥିଲେ। ହେଲେ ଏବେ ଶହିଦ ସପ୍ତାହ ପାଳନ ହେଉଥିବାରୁ କୌଣସି ପଦାଧିକାରୀ ସେମାନଙ୍କ ସହ ଆଲୋଚନା ନିମନ୍ତେ ପହଞ୍ଚି ନ ଥିଲେ। ଫଳରେ ସେମାନେ ନିରାଶ ହୋଇ ଫେରି ଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2szLtTz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages