ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ଅନ୍ତର୍ଗତ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ । ୨ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ପରେ ଏବେ ଏହି ରାସ୍ତା ନିର୍ମାଣକୁ ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର । ରାସ୍ତା ନିର୍ମାଣ ଲାଗି ଆବଶ୍ୟକ ଅନୁମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆବେଦନ କରିବାକୁ ରାଜ୍ୟ ସରକାର କହିଛନ୍ତି ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ସାତପଡାରୁ ଦୀଘା ଯାଏଁ ରାସ୍ତା ନିର୍ମାଣ ପାଇଁ ଯେଉଁ ଡିଜାଇନ ପ୍ରସ୍ତୁତ କରିଛନ୍ତି ସେହି ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ ସରକାର ରାଜି ହୋଇଛନ୍ତି । ପୂର୍ବରୁ ଏହି ହାଇୱେକୁ ସମୁଦ୍ର କୂଳେ କୂଳେ ନେବାକୁ ଦାବି କରୁଥିଲେ ରାଜ୍ୟ ସରକାର ।
ଏଥିପାଇଁ ଅଧିକ ଖର୍ଚ୍ଚ ହେବାକୁ ଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତାଙ୍କ ନକ୍ସା ଅନୁଯାୟୀ ରାସ୍ତା ନିର୍ମାଣ ପାଇଁ କହିଥିଲେ । ଏହାପରେ ରାଜ୍ୟ ସରକାର ପ୍ରସ୍ତାବିତ ନକ୍ସାରେ ରାଜି ହୋଇଥିଲେ । ଗୋପାଳପୁରରୁ ଦୀଘା ରାସ୍ତା ପାଇଁ ୨୧ଶହ ୯୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
from Odisha Reporter https://ift.tt/2rj059A
No comments:
Post a Comment