ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜି ଆଂଶିକ ଭାବେ ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି। ପୁରୀ, ବାଲେଶ୍ୱର ଓ ସମ୍ବଲପୁରରେ ଲୋକେ ସୂର୍ଯ୍ୟୋପରାଗକୁ ଦେଖିଛନ୍ତି। ସକାଳୁ ଏନେଇ ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି ହୋଇଥିଲା। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏହି ମହାଜାଗତିକ ଦୃଶ୍ୟ ଦେଖିଥିଲେ।
ତେବେ ରାଜଧାନୀ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ସମେତ ଉପକୂଳ ଓଡ଼ିଶାର ଲୋକେ ଏହି ଦୃଶ୍ୟ ଦେଖିବାକୁ ବଞ୍ଚିତ ରହିଛନ୍ତି। ସକାଳୁ ଏହି ସବୁ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋହାଳା ପାଗ ରହିଥିଲା। ତେଣୁ ଲୋକେ ଏହା ଦେଖି ପାରି ନାହାନ୍ତି। ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ଓ ବୁର୍ଲା ଅବଦୁଲ କଲାମ୍ ପ୍ଲାନେଟାଲିୟମରେ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା। ସୂର୍ଯ୍ୟୋପରାଗ ଦେଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଭିଡ଼ ଜମାଇଥିଲେ। କୋହଲାପାଗ ଯୋଗୁ ଭଲଭାବେ ସୂର୍ଯ୍ୟୋପରାଗ ଦେଖି ନପାରି ଅନେକଙ୍କୁ ନିରାଶ ହେବାକୁ ପଡ଼ିଛି।
from Odisha Reporter https://ift.tt/34W9MbR
No comments:
Post a Comment