କାରଗିଲ ଯୁଦ୍ଧ ଲଢ଼ିଥିଲେ, ଏବେ ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

କାରଗିଲ ଯୁଦ୍ଧ ଲଢ଼ିଥିଲେ, ଏବେ ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଚଣ୍ଡିଗଡ଼: ପାଠ ପଢ଼ିବା ଏବଂ ସ୍ୱପ୍ନ ସାକାର କରିବା ପାଇଁ ବୟସ ନୁହେଁ ବରଂ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଥାଏ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି କାରଗିଲ ଯୁଦ୍ଧର ପୂର୍ବତନ ସୈନିକ। ଯିଏକି ୩୯ ବର୍ଷ ବୟସରେ ଅବସର ନେବା ପରେ ସିଭିଲ୍ ସର୍ଭିସ ପରୀକ୍ଷା ଦେଇ ସଫଳ ହୋଇଛନ୍ତି। ଆମେ କହୁଛୁ ନସୀବ ଫୋଗଟଙ୍କ କଥା। ଯିଏକି ହରିଆଣା ଷ୍ଟେଟ୍ ସିଭିଲ୍ ସର୍ଭିସ ପରୀକ୍ଷା ଦେଇ ପାସ୍ ହୋଇଛନ୍ତି। ଏବେ ସେ ଖୁବଶୀଘ୍ର ଅଫିସର ହେବାକୁ ଯାଉଛନ୍ତି।

୧୯୯୮ରେ ନସୀବଙ୍କର ବୟସ ୧୭ ଥିଲା। ଏହି ସମୟରେ ବନ୍ୟା ଆସିଥିଲା। ଫଳରେ ତାଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିଲା। ଏହାପରେ ପରିବାର ପ୍ରତିପୋଷଣ କଥା ଚିନ୍ତା କରି ବହି ବସ୍ତାନୀରେ ଡୋରି ବାନ୍ଧି ଦେଇଥିଲେ ନସୀବ। ତେବେ କୌଣସିମତେ ପରୀକ୍ଷା ଦେଇ ଭାରତୀୟ ସେନାରେ ସେ ଯୋଗ ଦେଇଥିଲେ। ଏହାପରେ ନସୀବ ତାଙ୍କ ପରିବାରକୁ ଆର୍ଥିକ ସହଯୋଗ କରିଥିଲେ। ହେଲେ ମନର ଅଭିଳାଶ ଥିଲା ସେ ଅଫିସର ହେବେ ବୋଲି। ତେଣୁ ଚାକିରୀ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ୨୦୧୪ରେ ନସୀବ ସ୍ୱେଚ୍ଛାକୃତ ଭାବରେ ଭାରତୀୟ ସେନାରୁ ଅବସର ନେଇଯାଇଥିଲେ। ଅବସର ନେବା ପୂର୍ବରୁ କିନ୍ତୁ ନସୀବ ପିଜି କରିବା ସହିତ ଦୁଇଟି ଡୀଗ୍ରୀ ହାସଲ କରିଥିଲେ।

ନସୀବ କହିଛନ୍ତି, ୨୦୧୪ରୁ ୨୦୧୮ ମଧ୍ୟରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। କାରଣ ଆର୍ମିରେ ପେନସେନ କମ୍ ମିଳୁଥିବା ବେଳେ ପରିବାର ଚଳାଇବା ସହିତ ଝିଅର ପାଠ ପଢ଼ା ଖର୍ଚ୍ଚ ଭରଣ କରିବା କଷ୍ଟକର ହୋଇପଡ଼ିଥିଲା। ନସୀବ ଏବେ ହରିଆଣାର କୌଣସି ଜିଲ୍ଲାର ସବ ଡିଭିଜନରେ ମାଜିଷ୍ଟ୍ରେଟ ଭଳିଆ ପଦବୀରେ ଯୋଗ ଦେବାକୁ ଯାଉଛନ୍ତି।



from Odisha Reporter https://ift.tt/34Rjlsy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages