ମୁମ୍ବାଇ: ବଲିଉଡ୍ର ସିଙ୍ଘମ୍ ଷ୍ଟାର୍ ଅଜୟ ଦେବ୍ଗନ୍ ଓ ରକ୍ଷ୍ଟାର୍ ରଣବୀର କପୁର୍ ଆଗକୁ ନେଇ ଆସୁଛନ୍ତି ଏକ ଧମାକେଦାର୍ ଫିଲ୍ମ। ‘ପ୍ୟାର୍ କା ପଞ୍ଚନାମା’ ଓ ‘ସୋନୁ କି ଟିଟୁ କି ସ୍ୱିଟି’ ପରି ହିଟ୍ ଫିଲ୍ମ ଦେଇଥିବା ଫିଲ୍ମ ନିର୍ମାତା ଲଭ୍ ରଞ୍ଜନ ଖୁବ୍ଶୀଘ୍ର ଏହି ଦୁଇ ଷ୍ଟାର୍ଙ୍କୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ପୂର୍ବରୁ ଏହି ଫିଲ୍ମ ବିଷୟରେ ଚର୍ଚ୍ଚା ଉଠିଥିଲା। ହେଲେ କୁହାଯାଇଥିଲା ଯେ ଅଜୟ ଓ ରଣବୀର ଏହି ଫିଲ୍ମ କରିବା ପାଇଁ ମନା କରିଦେଇଛନ୍ତି। କିନ୍ତୁ ଏବେ ଏମାନେ ଫିଲ୍ମ ପାଇଁ ରାଜି ହୋଇଯାଇଛନ୍ତି।
ଅଜୟ କହିଛନ୍ତି ଯେ ୨୦୨୦ ଶେଷ ସୁଦ୍ଧା ସେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଦେବେ। ସେ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବା ଯୋଗୁ ଏହି ଫିଲ୍ମଟି ଅଟକି ରହିଥିଲା। ହେଲେ ଏବେ ଏହା ୨୦୨୦ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ।
ସୂଚନାଯୋଗ୍ୟ, ଅଜୟ ତାଙ୍କ ଅପ୍କମିଂ ଫିଲ୍ମ ‘ତାନାଜୀ: ଦ ଅନ୍ସଙ୍ଗ ୱାରିୟର୍’ ପାଇଁ ବ୍ୟସ୍ତ ଥିଲେ, ଯାହାକି ଏବେ ସରିଯାଇଛି। ଅନ୍ୟପଟେ ଅୟାନ୍ ମୁଖାର୍ଜୀଙ୍କ ମଲ୍ଟି ଷ୍ଟାରର୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂରେ ରଣବୀର ଏବେ ବି ବ୍ୟସ୍ତ ଅଛନ୍ତି। ଦୁହେଁ ନିଜ ନିଜକାମରୁ ଫ୍ରି ହୋଇଗଲେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ।
ଲଭ୍ ରଞ୍ଜନଙ୍କର ଏହି ଆଗାମୀ ଫିଲ୍ମରେ ଦୀପିକା ପାଦୁକୋନ୍ ମଧ୍ୟ ନଜର ଆସିପାରନ୍ତି। କାରଣ ତାଙ୍କୁ ଏହି ଫିଲ୍ମରେ ଲିଡ୍ ରୋଲ୍ର ଅଫର୍ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୀପିକା ଏହି ରୋଲ୍ କରିବେ କି ନାହିଁ, ସେ ନେଇ କିଛି ସ୍ପଷ୍ଟ କରିନାହାଁନ୍ତି। ହେଲେ କିଛିଦିନ ପୂର୍ବରୁ ତାଙ୍କୁ ଲଭ୍ ରଞ୍ଜନଙ୍କ ଘରୁ ବାହାରୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ରଣବୀର ଓ ଅଜୟ ଏକାଠି କାମ କରିସାରିଛନ୍ତି। ଦୁହିଁଙ୍କୁ ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାଜନୀତି’ରେ ଏକାଠି ଦେଖିବାକୁ ମିଳିଥିଲା। ତେବେ ୧୦ ବର୍ଷ ପରେ ପୁଣିଥରେ ଏମାନେ ଏକାଠି କାମ କରିବେ। ଦର୍ଶକ ମଧ୍ୟ ପୁଣିଥରେ ଏମାନଙ୍କୁ ଏକାଠି ଦେଖି ନିଶ୍ଚିତ ଖୁସି ହେବେ ବୋଲି ନିର୍ମାତା ଆଶା ରଖିଛନ୍ତି।
from Odisha Reporter https://ift.tt/2F0t2dF
No comments:
Post a Comment