ମୁମ୍ବାଇ: ‘ବିଗ୍ ବସ୍ ୧୩’ରେ ପ୍ରତିଦିନ କିଛ ନା କିଛି ନୂଆ ଡ୍ରାମା ଦେଖିବାକୁ ମିଳୁଛି। ସେହିପରି ପ୍ରତି ସପ୍ତାହରେ ଶେଷରେ ଶୋ’ର ହୋଷ୍ଟ ସଲ୍ମାନ୍ ଖାନ୍ ‘ୱିକେଣ୍ଡ କା ବାର୍’ ଏପିସୋଡ ନେଇ ଆସୁଛନ୍ତି। ଆଉ ଏହି ଏପିସୋଡ୍ରେ ସେ ପୂରା ସପ୍ତାହରେ ଘଟିଥିବା ଘଟଣା ଉପରେ ଆଲୋକପାତ କରନ୍ତି ଓ ସଦସ୍ୟ ମାନଙ୍କର କ୍ଲାସ୍ ନିଅନ୍ତି। ହେଲେ ଏଥର ‘ୱିକେଣ୍ଡ କା ବାର୍’ରେ ଯାହା ଦେଖିବାକୁ ମିଳିବ, ତାହା ‘ବିଗ୍ ବସ୍’ ଇତିହାସରେ କେବେ ବି ଘଟି ନଥିଲା। ଏଥର ସଲ୍ମାନ୍ ନିଜେ ‘ବିବି’ ଘର ସଫା କରିବେ।
Weekend ka vaar sunday promo pic.twitter.com/2jf09uRu1b
— Bigg Boss Fever (@BiggBossFever) December 28, 2019
ଚଳିତ ସପ୍ତାହରେ ଘରର କ୍ୟାପଟେନ୍ ହୋଇଛନ୍ତି ଶେହେନାଜ୍ ଗିଲ୍। ହେଲେ ତାଙ୍କ କଥାକୁ କେହି ଖାତିର୍ କରୁନାହାନ୍ତି। ଘରର କୌଣସି ସଦସ୍ୟ ବି ନିଜ କାମ ଠିକ୍ ଭାବେ କରୁନାହାନ୍ତି। ଫଳରେ ଘର ବହୁତ ଅପରିଷ୍କାର ହୋଇ ପଡ଼ିଛି। ଆଉ ଏହା ଦେଖି ଶେଷରେ ସଲ୍ମାନ୍ ସାଥିରେ ଦୁଇଜଣ ଲୋକଙ୍କୁ ନେଇ ଘର ଭିତରକୁ ଏଣ୍ଟ୍ରି କରିବେ। ଏହାପରେ ସେ ସମସ୍ତ ପ୍ରତିଯୋଗୀଙ୍କୁ ଲିଭିଂ ଏରିଆରେ ବନ୍ଦ କରିଦେବେ ଓ ନିଜେ ଘର ସଫା କରିବାରେ ଲାଗିପଡ଼ିବେ। ସେ ରୋଷେଇ ଘରେ ଅଇଁଠା ବାସନ ଧୋଇବାଠୁ ଆରମ୍ଭ କରି ଘରେ ଝାଡ଼ୁ ଲଗାଇବା ଏପରିକି ବାଥ୍ରୁମ୍ ସଫା କରିବା କାମ କରିବେ। ଏଭଳି ପରିସ୍ଥିତି ‘ବିଗ୍ ବସ୍’ ଇତିହାସରେ କେବେ ହୋଇ ନଥିଲା। ସଲ୍ମାନଙ୍କୁ ଏପରି କରୁଥିବା ଦେଖି ସବୁ ପ୍ରତିଯୋଗୀ ଅନୁତାପ କରିବେ ଓ ତାଙ୍କୁ କ୍ଷମା ମଧ୍ୟ ମାଗିବେ। ହେଲେ ସଲ୍ମାନ୍ ସେମାନଙ୍କ କ୍ଷମା ଦେବେ ନାହିଁ। ଏସବୁ ଘଟଣା ଗତକାଲି ଏପିସୋଡ୍ର ଶେଷରେ ଏକ ପ୍ରୋମୋରେ ଦେଖିବାକୁ ମିଳିଥିଲା, ଯାହାକି ଆଜିର ଏପିସୋଡ୍ରେ ଦେଖିବାକୁ ମିଳିବ।
ସୂଚନାଯୋଗ୍ୟ, ଗତକାଲିର ଏପିସୋଡ୍ରେ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ‘ବିବି ହାଉସ୍’ ଭିତରକୁ ଏଣ୍ଟ୍ରି କରିଥିଲେ। ଘର ଭିତରକୁ ଯାଇ ସେ ସିଦ୍ଧାର୍ଥ ଶୁକ୍ଳା ଓ ଅସୀମ ରିୟାଜଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଚେଷ୍ଟା କରିଥିଲେ। ଦୁହିଁଙ୍କୁ ଝଗଡ଼ା ବନ୍ଦ କରି ପୁଣିଥରେ ବନ୍ଧୁତା ଆରମ୍ଭ କରିବାକୁ ସେ ବୁଝାଇଥିଲେ। ଏହା ବ୍ୟତୀତ ସେ ଅନେକ ମଜାଦାର ଟାସ୍କ ମଧ୍ୟ କରାଇଥିଲେ।
from Odisha Reporter https://ift.tt/2Q4uiTE
No comments:
Post a Comment