ଆବଶ୍ୟକ ସାମଗ୍ରୀ: ମୂଳା, ଅଦା, ଧନିଆ ପତ୍ର, ଜିରା, ଦହି, ଚିନି ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୂଳାକୁ ପାଣିରେ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ କୋରଣାରେ ଏହାକୁ କୋରି ଦିଅନ୍ତୁ। ଏହା ପରେ ଅଦାକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଧନିଆ ପତ୍ରକୁ ଭାବେ ଧୋଇ କାଟି ରଖନ୍ତୁ। ଏବେ ଏକ କଡ଼େଇରେ ଜିରାକୁ ହାଲ୍କା ଭାଜି ଦିଅନ୍ତୁ। ପରେ ସେଥିରେ କୋରା ମୂଳା, ଧନିଆ ପତ୍ର ଓ କଟା ଅଦା ସବୁକୁ ପକାନ୍ତୁ। ଏହାପରେ ସେଥିରେ ଦହି ପକାଇ ଭଲକରି ଫେଣ୍ଟି ଦିଅନ୍ତୁ। ଶେଷରେ ଚିନି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୂଳା ରାଇତା’।
from Odisha Reporter https://ift.tt/36a3y9j
No comments:
Post a Comment