ହାଇଦ୍ରାବାଦ ଏନକାଉଣ୍ଟରକୁ ବିରୋଧ, ସୁପ୍ରିମକୋର୍ଟରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

ହାଇଦ୍ରାବାଦ ଏନକାଉଣ୍ଟରକୁ ବିରୋଧ, ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସର ଏନକାଉଣ୍ଟରକୁ ବିରୋଧ। ଏନକାଉଣ୍ଟରକୁ ବେଆଇନ ଦର୍ଶାଇ କରି ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି। ଆଇନଜୀବୀ ଜିଏସ ମଣୀ ଏବଂ ପ୍ରଦୀପ କୁମାର ଯାଦବ ପୁଲିସର କାର୍ଯ୍ୟଧାରାକୁ ବିରୋଧ କରି ଏନକାଉଣ୍ଟରରେ ସାମିଲ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି, ପୁଲିସ ଏଭଳି ଏନକାଉଣ୍ଟର କରି ୨୦୧୪ରେ ଅଦାଲତ ଦେଇଥିବା ରାୟକୁ ଅବମାନନା କରିଛନ୍ତି।

ସୂଚନାଯୋଗ୍ୟ, ମହିଳା ଭେଟେନାରୀ ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗତକାଲି ପୁଲିସ୍ ଏନକାଉଣ୍ଟର କରିଛି। ଅଭିଯୁକ୍ତମାନେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଥିଲେ। ଘଟଣାସ୍ଥଳକୁ ରିକ୍ରିଏସନ ପାଇଁ ଶୁକ୍ରବାର ଭୋର ୩ଟା ସମୟରେ ଅଭିଯୁକ୍ତଙ୍କୁ ଆଣିଥିଲା ପୁଲିସ। ହେଲେ ସେଠାରେ ଅଭିଯୁକ୍ତମାନେ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ନେଇ ଆକ୍ରମଣ କରିଥିଲେ। ଜବାବରେ ପୁଲିସ ଅଭିଯୁକ୍ତଙ୍କ ଉପରକୁ ଏନକାଉଣ୍ଟର କରିଥିଲା ବୋଲି ସାଇବରାବାଦ ପୁଲିସ କମିଶନର ଭିସି ସଜ୍ଜନର କହିଛନ୍ତି।

ସେହିପରି ଏନକାଉଣ୍ଟରରେ ୪ ଅଭିଯୁକ୍ତଙ୍କ ମୃତଦେହକୁ ଆସନ୍ତା ୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସର ଏନକାଉଣ୍ଟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି କିଛି ମାନବାଧିକାର ସଂଗଠନ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଅଭିଯୁକ୍ତଙ୍କ ଶବକୁ ୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ପୁଲିସର ଏନକାଉଣ୍ଟରକୁ କିନ୍ତୁ ଅନେକ କ୍ଷେତ୍ରରେ ମଧ୍ୟ ପ୍ରଶଂସା କରାଯାଇଛି। ପୁଲିସ ଏନକାଉଣ୍ଟର କରିବା ପରେ ଲୋକମାନେ ପୁଲିସ ଜିନ୍ଦାବାଦର ନାରା ଦେବା ସହ ଆଗାମୀ ଦିନରେ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏଭଳି ପଦକ୍ଷେପ ନେବା ଦରକାର ବୋଲି ଅନେକ ମତ ରଖିଥିଲେ।



from Odisha Reporter https://ift.tt/35b3PZq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages